21.1 C
Bhubaneswar
Friday, February 6, 2026
Homeଓଡିଶାଇଏସଆଇ ଔଷଧ ବିଶେଷଜ୍ଞ(ଫାର୍ମାସିସ୍ଟ)ମାନଙ୍କ ନିମନ୍ତେ ଦୁଇ ଦିବସୀୟ ତାଲିମ କାର୍ଯକ୍ରମ ଉଦଯାପିତ

ଇଏସଆଇ ଔଷଧ ବିଶେଷଜ୍ଞ(ଫାର୍ମାସିସ୍ଟ)ମାନଙ୍କ ନିମନ୍ତେ ଦୁଇ ଦିବସୀୟ ତାଲିମ କାର୍ଯକ୍ରମ ଉଦଯାପିତ

ଭୁବନେଶ୍ୱର:  ଶ୍ରମ ବିଭାଗ, ଓଡ଼ିଶା ଦ୍ୱାରା ରାଜ୍ୟ ଶ୍ରମ ସଂସ୍ଥାନ ଆନୁକୂଲ୍ୟରେ ଓ କର୍ମଚାରୀ ରାଜ୍ୟ ବୀମା ଯୋଜନା (ଇଏସଆଇ) ନିର୍ଦ୍ଦେଶାଲୟ ସହଯୋଗିତ।ରେ ଇଏସଆଇ ଔଷଧ ବିଶେଷଜ୍ଞ(ଫାର୍ମାସିସ୍ଟ)ମାନଙ୍କ ନିମନ୍ତେ ଏକ ଦୁଇ ଦିବସୀୟ ତାଲିମ କାର୍ଯକ୍ରମ ରାଜ୍ୟ ଶ୍ରମ ସଂସ୍ଥାନର ସମ୍ମିଳନୀ ପ୍ରକୋଷ୍ଠରେ ଉଦଯାପିତ ହୋଇଯାଇଛି।

ଏହି ତାଲିମ କାର୍ଯକ୍ରମରେ ଓଡ଼ିଶାର ବିଭିର୍ନ ପ୍ରାନ୍ତରୁ ୨୫ ଜଣ ଇଏସଆଇ ଔଷଧ ବିଶେଷଜ୍ଞ(ଫାର୍ମାସିସ୍ଟ) ଯୋଗଦାନ କରିଥିଲେ । ଏହି କାର୍ଯକ୍ରମରେ ପ୍ରଶିକ୍ଷାର୍ଥୀ ମାନଙ୍କୁ ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରଶିକ୍ଷାର୍ଥୀ ମାନଙ୍କୁ ଯୋଗ ଉପରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଇଥିଲା । ଆଜି ପ୍ରଶିକ୍ଷାର୍ଥୀମାନେ ସେମାନଙ୍କର କ୍ଷେତ୍ର ପରିଦର୍ଶନରେ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲର ସବଷ୍ଟୋର ପରିଦର୍ଶନ କରିଛନ୍ତି। ଡ଼। ଜଗତ ଜୀବନ ପତି, ଡ଼। ମିହିର କୁମାର କର, ଡ଼। ମନୋଜ କୁମାର ହାଂସଦା, ବିବେକାନନ୍ଦ ବେହେରା, ଡ଼। ଲକ୍ଷ୍ମୀକାନ୍ତ ଦେବତା, ଭାନୁପ୍ରସାଦ ମିଶ୍ର, ବି କେ. ଲୀନା, ଅଶୋକ କୁମାର ପାତ୍ର, ସୁରେଶ କୁମାର ମହାପାତ୍ର, ମଞ୍ଜୁ ମିଶ୍ର, ଡ଼। ଶ୍ଵେତାଲିନ। ଆସେ ଇତ୍ୟାଦି ପ୍ରମୁଖ ପ୍ରଶିକ୍ଷକ ଭାବେ ପ୍ରଶିକ୍ଷାର୍ଥୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ତାଲିମ ଶେଷରେ କୃତୀ ଇଏସଆଇ ଔଷଧ ବିଶେଷଜ୍ଞ(ଫାର୍ମାସିସ୍ଟ)ମାନଙ୍କୁ ଗ୍ରୁପ ଫଟୋ ଓ ପ୍ରମାଣପତ୍ର ରାଜ୍ୟ ଶ୍ରମ ସଂସ୍ଥାନ ନିର୍ଦ୍ଦେଶକ ତଥା ଶ୍ରମ ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ନୀତି ରଂଜନ ସେନ୍ ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking