16.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶବନ୍ନି ତୃଣଭୂମିରେ ବନ୍ୟପ୍ରାଣୀ ବିବିଧତାକୁ ବୃଦ୍ଧି କରିବେ ବନତାରା

ବନ୍ନି ତୃଣଭୂମିରେ ବନ୍ୟପ୍ରାଣୀ ବିବିଧତାକୁ ବୃଦ୍ଧି କରିବେ ବନତାରା

କଚ୍ଛ: ଗୁଜୁରାଟ ବନ ବିଭାଗ ଏବଂ ବନତାରା ଏକ ମିଳିତ ଉଦ୍ୟମରେ ବନ୍ନି ତୃଣଭୂମିରେ ୭୦ ହେକ୍ଟର ସଂରକ୍ଷିତ ଅଞ୍ଚଳରେ ୨୦ଟି ଚିତ୍ରା ହରିଣଙ୍କୁ ପୁନଃଥଇଥାନ କରିଛନ୍ତି । ବନତାରା ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ ଏକ ଅଗ୍ରଣୀ ବନ୍ୟପ୍ରାଣୀ ସଂରକ୍ଷଣ ପଦକ୍ଷେପ, ଯାହାଦ୍ୱାରା ଗ୍ରୀନ୍ସ ଜୁଲୋଜିକାଲ ରେସ୍‌କ୍ୟୁ ଆଣ୍ଡ୍ ରିହାବିଲିଟେସନ ସେଣ୍ଟର ପରିଚାଳିତ ହୋଇଥାଏ । ଏହି ଚିତ୍ରା ହରିଣଙ୍କୁ ଜାମନଗରର ବନତାରାର ସଂରକ୍ଷଣ କେନ୍ଦ୍ରରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଜରିଆରେ କଚ୍ଛକୁ ଅଣାଯାଇଥିଲା । ବନ ବିଭାଗର ତତ୍ତ୍ୱାବଧାନରେ ସେମାନଙ୍କୁ ସୁରକ୍ଷିତ ଭାବରେ ମୁକ୍ତ କରାଯାଇଥିଲା, ଯେଉଁଥିରେ ବନତାରା ବୈଷୟିକ ଏବଂ ପରିବହନ ସହାୟତା ପ୍ରଦାନ କରିଥିଲା ।

ପୂର୍ବରୁ, ବନତାରା ଏବଂ ବନ ବିଭାଗ ମିଳିତ ଭାବେ କ୍ଷେତ୍ରର ଅନୁଧ୍ୟାନ କରି ବାସସ୍ଥାନ ଉପଯୁକ୍ତତା ଏବଂ ହେବାକୁ ଥିବା ପୁନଃସ୍ଥାପନା ଉଦ୍ୟମର ଯୋଜନା ପ୍ରସ୍ତୁତ କରିଥିଲେ । ଗ୍ରୀନ୍ସ ଜୁଲୋଜିକାଲ ରେସକ୍ୟୁ ଆଣ୍ଡ୍ ରିହାବିଲିଟେସନ ସେଣ୍ଟରର ନିର୍ଦ୍ଦେଶକ ଡକ୍ଟର ବ୍ରଜ କିଶୋର ଗୁପ୍ତା କହିଛନ୍ତି, “ଏହି ସହଭାଗିତା ବୈଜ୍ଞାନିକ ଦୃଷ୍ଟିକୋଣ ଏବଂ ବ୍ୟବହାରିକ ସହଯୋଗର ପ୍ରତୀକ, ଯାହା ବନ୍ନିର ଜୈବ ବିବିଧତାକୁ ପୁନଃସ୍ଥାପିତ କରିବାରେ ସହାୟକ ହୋଇଛି । ଗୁଜରାଟର ବନ୍ନି ତୃଣଭୁମି ୨୬୧୮ ବର୍ଗ କିଲୋମିଟରରେ ପରିବ୍ୟାପ୍ତ, ଯେଉଁଠାରେ ୧୨ଟି ସ୍ତନ୍ୟପାୟୀ ପ୍ରଜାତିର ପ୍ରାଣୀ (ଯେଉଁଥିରେ ୬ଟି ମାଂସାଶୀ ଏବଂ ୨ଟି ତୃଣଭୋଜୀ ପ୍ରାଣୀ ଅନ୍ତର୍ଭୁକ୍ତ) ଉପସ୍ଥିତି ରେକର୍ଡ କରାଯାଇଛି । ପ୍ରମୁଖ ପ୍ରଜାତି ମଧ୍ୟରେ ଭାରତୀୟ ହରିଣ, ଭାରତୀୟ ଗଧିଆ, ସୁନା ଶୃଗାଳ, ନୀଳଗାଈ, ଷ୍ଟ୍ରାଇପ୍ ହାଇନା ଏବଂ ଭାରତୀୟ ଶିଆଳ ଅନ୍ତର୍ଭୁକ୍ତ । ତେବେ ଏହି ପ୍ରୟାସ ବନ୍ୟପ୍ରାଣୀଙ୍କ ସୁରକ୍ଷା ଏବଂ ପରିବେଶଗତ ସନ୍ତୁଳନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ବନତାରାର ଭୂମିକା ହେଉଛି ଏକ ପ୍ରତିବଦ୍ଧ ସହଯୋଗୀ, ଯାହା ସରକାର-ପରିଚାଳିତ ସଂରକ୍ଷଣ ଲକ୍ଷ୍ୟ ପୂରଣରେ ବୈଜ୍ଞାନିକ ଅନ୍ତର୍ଦୃଷ୍ଟି, ପଶୁଚିକିତ୍ସା ବିଶେଷଜ୍ଞା ଏବଂ ବୈଷୟିକ ଭିତ୍ତିଭୂମି ପ୍ରଦାନ କରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking