ବାଲେଶ୍ୱର: ବାଲେଶ୍ୱର ଏଫଏମ ଛାତ୍ରୀଙ୍କ ଆତ୍ମାହୁତି ଘଟଣା । ସେଦିନ ରାତିର ସବୁକଥା କହିଲେ ସୌମ୍ୟଶ୍ରୀଙ୍କ ସାଙ୍ଗ । ସୌମ୍ୟାଶ୍ରୀଙ୍କ ରୁମମେଟ କହିଲେ ବେଦନାଭରା କାହାଣୀ । ଘଟଣା ପୂର୍ବ ଦିନ ରାତିରେସେ ନଖାଇ ବିଚଳିତ ଥିଲେ ଏବଂ କାନ୍ଦୁଥିଲେ । ରାତି ୩ଟା ପର୍ଯ୍ୟନ୍ତ ବି ସେ ଶୋଇ ନଥିଲେ, ଚାପରେ ଥିଲେ । ତାଙ୍କୁ ସାର ପରୀକ୍ଷା ଦେବାରୁ ବଞ୍ଚିତ କରିଥିବାରୁ ଅତ୍ୟନ୍ତ ଚାପରେ ଥିଲେ । ୯ ଜଣଙ୍କୁ ନୋଟିସ ହେଇଥିଲା, ମାତ୍ର ପରୀକ୍ଷାରୁ ଏକା ଞ୍ଚିତ ହୋଇଥିଲେ ସୌମ୍ୟାଶ୍ରୀ । ଘରେ କହିବାକୁ ବାରମ୍ବାର କହି ଆସୁଥିଲି । ବଡ କଥା ହେଲା, ଯିଏ ସମସ୍ତଙ୍କୁ ବୁଝାଉଥିଲା, ଏମିତି କରିବ କିପରି? ସେ ଯେ ଏପରି କାମ କରିଥିବ ମୁଁ ବିଶ୍ୱାସ କରିପାରୁନାହିଁ । ଅତ୍ୟଧିକ ଚାପରେ ଥିଲା, କିମ୍ବା ଏହା ଏକ ପ୍ରି ପ୍ଲାନ । କଲେଜରୁ ଆସିଲା ଖାଇବା ଆଣିବା ବୋଲି କହିଥିଲା । ଯିଏ ଆସିଲେ ଖାଇବା ଆଣିବା ବୋଲି କହିଥିଲା ସେ କେବେ ଆତହତ୍ୟା କରିପାରିବ କି? ଘଟଣାର ତଦନ୍ତ ହେଲେ ସବୁ ସତ୍ୟ ପଦାକୁ ଆସି ପାରିବ ।










