ପ୍ରତିଦ୍ବନ୍ଦିତା ଓ ତୁଳନାତ୍ମକ ମନୋଭାବ ନେଇ କୌଣସି ଜିନିଷର ଅସଲ ସୂରୂପ ଦେଖୁ ହୁଏ ନାହିଁ ଏ ଦୁନିଆକୁ ଦେଖୁବାକୁ ହେଲେ ସ୍ଵତନ୍ତ୍ର ଦୃଷ୍ଟିଭଙ୍ଗୀ ସହ ମନରେ ଅଲଗା ପ୍ରକାରର ଭାବଟିଏ ଦରକାର ।
କୌଣସି ବସ୍ତୁ କିମ୍ବା ବ୍ୟକ୍ତିଙ୍କ ପ୍ରତି ଅତ୍ୟଧିକ ମୋହ ରଖନ୍ତୁ ନାହିଁ , କାହିଁକିନା ଭବିଷ୍ୟତରେ ତାହା ଆପଣଙ୍କର ଦୁଃଖର କାରଣ ହୋଇପାରେ ।
ଧନ,
ଯୌବନ
ନାରୀ, ଏବଂ ଭୋଜନ
ଏ ଚାରିଟି ପାଇଁ ଦୁନିଆରେ ସମସ୍ତେ ପାଗଳ ହୋଇଥାନ୍ତି।
” ହିଂସା ”
ଅତି ନିଜର ଲୋକମାନେ ହିଁ ବେଶି କରିଥାନ୍ତି ।
ଯେତେ ବଡ ସ୍ବପ୍ନ ହେବ ସେତେ ବଡ କଷ୍ଟ ବି ହେବ, ଆଉ କଷ୍ଟ ଯେତେ ବଡ ହେବ Success ସେତେ ବଡ ପାଇବ ।
ସୁନ୍ଦରତାକୁ ସଜାଡ଼ିବା ଅପେକ୍ଷା ନିଜର ସଂସ୍କାରକୁ ସଜାଡି ଦିଅନ୍ତୁ….
କାହିଁକିନା
ସୁନ୍ଦରତା ଚାଲିଯାଇଥାଏ, ହେଲେ ମଣିଷର ସଂସ୍କାର ମରିବା ପର୍ଯ୍ୟନ୍ତ ରହିଥାଏ….
ଅଦ୍ୟ ଜୁଲାଇ ମାସ ୧୭ ତାରିଖ ୨୦୨୫ ମସିହା (ଗୁରୁବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-ସିଦ୍ଧାର୍ଥ
ଶ୍ରାବଣମାସ- କୃଷ୍ଣପକ୍ଷ
ତିଥି- ସପ୍ତମୀ ରାତ୍ରି ଘ୦୭/୦୪ ଗତେ ଅଷ୍ଟମୀ
ନକ୍ଷତ୍ର-ରେବତୀ ରାତ୍ରି ଘ୦୪/୧୫ ଗତେ ଅଶ୍ଵିନୀ
ଚନ୍ଦ୍ର- ମୀନ ରାତ୍ରି ଘ୦୪/୧୫ ଗତେ ମେଷ
ଯୋଗ- ଅତିଗଣ୍ଡ
କରଣ – ବିଷ୍ଟି
ସୌରମାସ- କର୍କଟ ୦୨ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୨୧/୨୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୩୫
*✧═════•❁❀
ଯୋଗିନୀ ବୟବ୍ୟେ ରାତ୍ରି ଘ୦୭/୦୪ ଗତେ ଐଶାନ୍ୟେ
ଧନୁ ରାଶିର ଘାତଚନ୍ଦ୍ର
ତୁଳା ଓ କୁମ୍ଭ ରାଶିର ଘାତବାର
ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା ଓ ବାରବେଳା- ଦିବା ଘ୦୩/୧୬ ଗତେ ଘ୦୬/୨୫ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ରାତ୍ରି ଘ୧୨/୪୮ ଗତେ ଘ୦୩/୧୩ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ପ୍ରାତଃ ଘ୦୬/୫୭ ମଧ୍ୟେ ଓ ଘ୧୦/୦୮ ଗତେ ଘ୧୨/୩୩ ମଧ୍ୟେ* ═✧══•❁❀❁•═════
ଅଦ୍ୟ ତାଳ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ।
✧═════•❁❀❁•═════
ବୃଷ
: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।
✧═════•❁❀❁•═════
ମିଥୁନ
: ଧ୍ୟାନ ଓ ଯୋଗ ମାଧ୍ୟମ ରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାରେ ଶିକ୍ଷା ଲାଭ କରିବେ। ଆପଣଙ୍କର କୌଣସି ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।
✧═════•❁❀❁•═════
କର୍କଟ
ସକାରାତ୍ମକ ମନୋଭାବରେ ରହନ୍ତୁ, କାମ କରିବା ସହଜ ହେବ। ବ୍ୟବସାୟର ନୂଆ ଗ୍ରୁପରେ ଯୋଡ଼ିବାର ବିଚାର କରିବେ। ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।
✧═════•❁❀❁•═════
ସିଂହ
: ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣଙ୍କ କାମ ପାଇଁ ଆର୍ଥିକ ସହାୟତା ମିଳିବ। ଗଣମାଧୢମ ଓ ସ˚ଚାର କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ପ୍ରଗତି ହେବ। ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତେଇବେ।*
✧═════•❁❀❁•═════
କନ୍ୟା
: ଆର୍ଥିକ ଲାଭ ପାଇଁ ସୁନ୍ଦର ଦିନଟିଏ। ନୂଆ ପରିଯୋଜନାରେ କାମ କରିବେ। ଆପଣଙ୍କ କାମରେ ସବୁ ଲୋକ ଖୁସି ରହିବେ। ବ୍ୟବସାୟୀଙ୍କୁ ନୂଆ ନିବେଶରେ ଲାଭ ହେବ। ଛାତ୍ରଙ୍କ ମନରେ ବିଭିନ୍ନ ପ୍ରକାର କଥା ଘୂରି ବୁଲିବ।
✧═════•❁❀❁•═════
ତୁଳା
: କାମ ଧନ୍ଦା ମାମଲାରେ ପରିସ୍ଥିତି ବଢ଼ିଆ ରହିବ। ଇଲେକଟ୍ରୋନିକ୍ସ ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ଖେଳାଳିମାନେ ସୁନାମ ଅର୍ଜନ କରିବେ। ସନ୍ତାନ ଆପଣଙ୍କୁ କୌଣସି ଭଲ ଖବର ଶୁଣାଇବେ। ପାରିବାରିକ ଜୀବନ ସୁଖମୟ ହେବ।
*✧═════•❁❀❁•═════
ବିଛା
: ନିଜକୁ ଊର୍ଜାବାନ ଅନୁଭବ କରିବେ। କୌଣସି ଅନୁଭବୀ ବ୍ୟକ୍ତିଙ୍କର ରାୟ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତ ହେବ। ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହେବ। ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ।
✧═════•❁❀❁•═════
ଧନୁ
: କାମ ପ୍ରତି ଆପଣଙ୍କ ଉତ୍ସାହ ବୃଦ୍ଧି ହେବ। ପଇସା ଚିନ୍ତା ଦୂର ହେବ। କଳାକାରଙ୍କୁ ଫିଲ୍ମର ସୁଯୋଗ ମିଳିବ। ଅଫିସରେ ଆପଣଙ୍କର ସହଯୋଗୀ ଆପଣଙ୍କୁ ସାହାଯ୍ୟ ମାଗିବେ। ପ୍ରିୟ ବନ୍ଧୁଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ।
✧═════•❁❀❁•═════
ମକର
: ଆପଣଙ୍କ ମନୋବଳ ଦୃଢ଼ ରହିବ। ଆପଣଙ୍କର କୌଣସି କାମ ବାଧା ପ୍ରାପ୍ତ ହେବ ନାହିଁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ। ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ ।
✧═════•❁❀❁•═════
କୁମ୍ଭ
: ଆପଣଙ୍କ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। କୌଣସି ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ। ବ୍ୟବସାୟକୁ ନେଇ ଭଲ ସଉଦା ହେବାର ସମ୍ଭାବନା। ପ୍ରିୟତମଙ୍କଠାରୁ ଉପହାର ପାଇବେ।
✧═════•❁❀❁•═════
ମୀନ
: ଦିନଟି ଆପଣଙ୍କ ପାଇଁ ଉତ୍ଥାନ ପତନ ଲାଗି ରହିବ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ। ପିଲା ଦିନର ସାଙ୍ଗଙ୍କ ସହିତ ସାକ୍ଷାତ୍ ଆଲୋଚନା ହେବ। ବୈବାହିକ ଜୀବନ ଖୁସିରେ ଭରା ରହିବ।










