ବାଲେଶ୍ୱର: ସୌମ୍ୟଶ୍ରୀ ମୃତ୍ୟୁ ମାମଲାରେ ଏଫଏମ କଲେଜ ଆଇସିସି ସଦସ୍ୟ ମୀନତି ସେଠୀଙ୍କ ପ୍ରତିକ୍ରିୟା । କହିଲେ ଏଚଓଡି ସମୀର ସାହୁଙ୍କ ନାଁରେ ଅଭିଯୋଗ ନେଇ ରଖିଲେ ତଥ୍ୟ । ସୌମ୍ୟଶ୍ରୀ ଏଚଓଡିଙ୍କ ନାଁରେ ଫେଭର ଅଭିଯୋଗ କରିଥିଲେ । ଏହା ଯୌନ ନିର୍ଯାତନାକୁ ନିଶ୍ଚିତ ଇଙ୍ଗିତ କରୁଥିଲା । ମାତ୍ର କିଛି ପ୍ରତ୍ୟକ୍ଷ ପ୍ରମାଣ ନଥିଲା, ଏପରି ଘଟଣାରେ ବି ନଥାଏ । ଏପରି କଥାରେ କେହି ସାକ୍ଷୀ ନଥାନ୍ତି, କାହାକୁ କିଏ ବସାଇକି କହିବ କି । ତାଙ୍କ ଅଭିଯୋଗର ସତ୍ୟତା ଥାଇପାରେ, ମାତ୍ର ପ୍ରମାଣ ପାଇଲୁ ନାହିଁ । ବିଭାଗର ୬୦ ପିଲାଙ୍କୁ ଡାକି ଏଚଓଡିଙ୍କ ଚରିତ୍ର ବାବଦରେ ତଥ୍ୟ ନେଲୁ । ଅନ୍ୟ ପିଲାମାନେ ଏଚଓଡିଙ୍କ ନାଁରେ ଅଭିଯୋଗକୁ ଗ୍ରହଣ କଲେନି । ମାତ୍ର ସାରଙ୍କ ବ୍ୟବହାର ଠିକ ନଥିଲା ବୋଲି ପଚାରି ବୁଝି ପାରିଲୁ । ତେଣୁ ରିପୋର୍ଟରେ ଏଚଓଡିଙ୍କୁ ଭଲ ବ୍ୟବହାର ପାଇଁ ଲେଖିଥିଲୁ । ଏଚଓଡିଙ୍କୁ ତୁରନ୍ତ ବଦଳାଇବାକୁ ଲେଖିବା ସହ ମୌଖିକ ଭାବେ କହିଥିଲୁ । ଏଚଓଡିଙ୍କୁ ତୁରନ୍ତ ବଦଳାଇଥିଲେ ପିଲା ଖୁସି ହୋଇଥାନ୍ତା, ନ୍ୟାୟ ଆଶା ରଖିଥାନ୍ତା ।









