23.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶଭୋଜିରେ ଚିକେନ ମାଗିବାରୁ ହତ୍ୟା

ଭୋଜିରେ ଚିକେନ ମାଗିବାରୁ ହତ୍ୟା

ନୂଆଦିଲ୍ଲୀ: ବର୍ତ୍ତମାନ କର୍ଣ୍ଣାଟକରୁ ଏମିତି ଏକ ଖବର ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଜଣେ ୩୦ ବର୍ଷୀୟ ବ୍ୟକ୍ତିଙ୍କୁ ବିବାହ ଭୋଜିରେ ଆଉଥରେ ଚିକେନ ମାଗିବାରୁ ହତ୍ୟା କରାଯାଇଛି। ଏହି ଘଟଣାଟି କର୍ଣ୍ଣାଟକର ବେଲଗାଭୀ ଜିଲ୍ଲାରେ ଘଟିଛି। ମୃତକଙ୍କ ନାଁ ବିନୋଦ ମାଲାସେଟୀ, ଏବଂ ସେ ତାଲୁକାର ନିବାସୀ ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ରବିବାର ଦିନ ବିନୋଦ ତାଙ୍କ ସାଙ୍ଗ ଅଭିଶେକ କୋପାଡଙ୍କ ବିବାହ ଭୋଜିକୁ ଯାଇଥିଲେ। ବିନୋଦ ଚିକେନ ପିସ୍ ଗୁଡ଼ିକ ଛୋଟ ଅଛି କହିଥିଲେ। ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ବିବାଦଟି ଶେଷ ହୋଇଥିଲା ବିନୋଦଙ୍କ ହତ୍ୟାରେ। ବିନୋଦଙ୍କୁ ପିଆଜ କଟାଯାଉଥିବା ଛୁରୀରେ ହତ୍ୟା କରାଯାଇଛି। ଏହି ଘଟଣାର ଅଭିଯୋଗ ଥାନାରେ କରାଯାଇଛି। ଏ ନେଇ ଏଫଆଇଆର ମଧ୍ୟ ଦାଖଲ କରାଯାଇଛି। ପୋଲିସ ଏହି ଘଟଣାକୁ ନେଇ ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking