14.1 C
Bhubaneswar
Monday, December 8, 2025
Homeଓଡିଶାବାଲେଶ୍ୱରରେ ବିଜେଡିର ବିକ୍ଷୋଭ  

ବାଲେଶ୍ୱରରେ ବିଜେଡିର ବିକ୍ଷୋଭ  

ବାଲେଶ୍ୱର: ବାଲେଶ୍ୱର ଏଫଏମ  କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ବାଲେଶ୍ୱରରେ ବିଜେଡି   ବିକ୍ଷୋଭ ପ୍ରଦର୍ଶନ କରିଛି । କଲେଜ ମୁଖ୍ୟ ଫାଟକ ଆଗରେ ପ୍ରତିବାଦ ଓ ନାରାବାଜି କରି  ଆନ୍ଦୋଳନ କରିଛନ୍ତି ।  ସୂଚନା ଥାଉକି ,  ବାଲେଶ୍ବର ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଚାଲିଛି ଚିକିତ୍ସା ।  ଏମ୍ସ ବର୍ଣ୍ଣ ୱାର୍ଡରେ ଜୀବନ ସହ ସଂଘର୍ଷ କରୁଛନ୍ତି ପୀଡ଼ିତା । ତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଛି। ଛାତ୍ରୀଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ରହିଛି  ।  ପୀଡ଼ିତାଙ୍କ ଚିକିତ୍ସାର ତଦାରଖ ପାଇଁ ୮ ଜଣିଆ ବିଶେଷଜ୍ଞ କମିଟି ଗଠନ ହୋଇଛି ।  ଏହି ୮ ଜଣିଆ ଡାକ୍ତରୀ ଟିମ୍ ପୂରା ଚିକିତ୍ସା ବ୍ୟବସ୍ଥାର ମନିଟରିଂ କରୁଛନ୍ତି। ଏହି ଘଟଣାରେ ଉଚ୍ଚଶିକ୍ଷା ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କଲେଜ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ ଓ ଅଭିଯୁକ୍ତ ସହକାରୀ ପ୍ରଫେସର ସମୀର କୁମାର ସାହୁଙ୍କୁ ନିଲମ୍ବିତ କରିଛନ୍ତି। ଏଥି ସହିତ ସହକାରୀ ପ୍ରଫେସର ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking