15.1 C
Bhubaneswar
Monday, February 9, 2026
Homeଓଡିଶାମଦ ମୃତ୍ୟୁ ଘଟଣାରେ ୫ ଅଟକ

ମଦ ମୃତ୍ୟୁ ଘଟଣାରେ ୫ ଅଟକ

ଢେଙ୍କାନାଳ : ଢେଙ୍କାନାଳ ଜିଲା ହିନ୍ଦୋଳ ଅନ୍ତର୍ଗତ ବମ୍ଫା ଗାଁରେ ବିଷାକ୍ତ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ରାସୋଳ ଥାନା ପୁଲିସ ୫ ଜଣଙ୍କୁ ଅଟକ ରଖିଛି। ଦେଶୀ ମଦ ପ୍ରସ୍ତୁତ କରିବା ଏବଂ ଚୋରା କାରବାର କରିବା ଅଭିଯୋଗରେ ୫ ଜଣଙ୍କୁ ଅଟକ ରଖାଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଗତ ଶନିବାର ବମ୍ଫା ଗାଁର ମନ୍ମଥ ସାମଲ ଏବଂ ପ୍ରଫୁଲ୍ଲ ସାମଲଙ୍କ ମୃତ୍ୟୁ ଘଟିଥିଲା। ଉଭୟେ ଅପରାହ୍ନରେ ଦେଶୀ ମଦ ପିଇଥିବା କୁହାଯାଉଛି। ମଦ ପିଇବା ପରେ ସେମାନଙ୍କର ଛାତିରେ ଯନ୍ତ୍ରଣା ହେବା ସହିତ ଅଣନିଶ୍ଵାସୀ ହୋଇପଡ଼ିଥିଲେ। ପରେ ସେମାନଙ୍କୁ ହିନ୍ଦୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking