19.1 C
Bhubaneswar
Monday, December 8, 2025
Homeଦେଶ ବିଦେଶଚୀନ-ପାକ୍‌-ବାଂଲା ମେଣ୍ଟ ଭାରତ ପାଇଁ ବିପଦ: ସିଡିଏସ୍‌

ଚୀନ-ପାକ୍‌-ବାଂଲା ମେଣ୍ଟ ଭାରତ ପାଇଁ ବିପଦ: ସିଡିଏସ୍‌

ନୂଆଦିଲ୍ଲୀ: ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍‌) ଜେନେରାଲ ଅନୀଲ ଚୌହାନ ଏକ ବଡ଼ ବୟାନ ଦେଇଛନ୍ତି । ସମ୍ପ୍ରତି ପାକିସ୍ତାନ-ଚୀନ୍‌-ବାଂଲାଦେଶ ମଧ୍ୟରେ ବଢ଼ୁଥିବା ସମ୍ପର୍କ ତଥା ମେଣ୍ଟ ଉପରେ ନିଜ ମତାମତ ରଖି ଶ୍ରୀ ଚୌହାନ୍ କହିଛନ୍ତି ଯେ, ଏହି ତିନି ଦେଶ ମଧ୍ୟରେ ମେଣ୍ଟ ଗଠନ ଭାରତ ପାଇଁ ବିପଦ ସାବ୍ୟସ୍ତ ହୋଇପାରେ । ନିଜନିଜ ରଣନୈତିକ ସ୍ୱାର୍ଥ ପାଇଁ ଏମାନେ ଏକାଠି ହେବା ଭାରତର ସୁରକ୍ଷା ଓ ସ୍ଥିରତା କ୍ଷେତ୍ରରେ ବଡ଼ ଆହ୍ୱାନ ରୂପେ ଉଭା ହୋଇପାରେ ବୋଲି ସେ କହିଛନ୍ତି ।

ଅବର୍ଜଭର ରିସର୍ଚ୍ଚ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏକ ଆଲୋଚନାରେ ଉଦ୍‌ବୋଧନ ଦେଇ ଜେନେରାଲ ଚୌହାନ କହିଛନ୍ତି ଯେ ନିଜର ସ୍ୱାର୍ଥ ପାଇଁ ଚୀନ୍‌, ପାକିସ୍ତାନ ଓ ବାଂଲାଦେଶ ଏକାଠି ହୋଇପାରନ୍ତି । କାରଣ ସେମାନେ ଭଲଭାବେ ଜାଣିସାରିଛନ୍ତି ଯେ, ସେମାନଙ୍କ ସ୍ୱାର୍ଥ କେବଳ ପରସ୍ପର ସହ ସମ୍ପର୍କ ଭଲ ରଖି ହିଁ ସଫଳ ହୋଇପାରିବ । କିନ୍ତୁ ଏହା ଭାରତର ସୁରକ୍ଷା ପାଇଁ ଗମ୍ଭୀର ବିପଦ ହୋଇପାରେ । ଏହା ଭାରତର ସୁରକ୍ଷା ଢାଞ୍ଚାର ପରୀକ୍ଷା ନେଇପାରେ । ଏଣୁ ଦକ୍ଷିଣ ଏସିଆରେ ହେଉଥିବା ନୂଆ ନୂଆ ମେଣ୍ଟଗୁଡ଼ିକ ଉପରେ ଏବେ ଠାରୁ ତୀକ୍ଷ୍ଣ ବିଶ୍ଳେଷଣ ଜରୁରୀ ବୋଲି ସେ ଭାବୁଛନ୍ତି । ଭାରତ ମହାସାଗରୀୟ ଅଞ୍ଚଳରେ ବଢିଚାଲିଥିବା ବାହ୍ୟ ପ୍ରଭାବ ଉପରେ ମଧ୍ୟ ଜେନେରାଲ ଚୌହାନ ଆଲୋକପାତ କରିଛନ୍ତି । ଭାରତ ମହାସାଗରୀୟ ଅଞ୍ଚଳର ଦେଶଗୁଡ଼ିକର ଅର୍ଥନୈତିକ ସ୍ଥିତିରେ ଅବନତି ଆସିବା ଯୋଗୁଁ ସେଠାରେ ବାହ୍ୟ ଶକ୍ତିମାନଙ୍କ ପ୍ରଭାବ ବଢିଚାଲିଛି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking