29.1 C
Bhubaneswar
Monday, May 4, 2026
Homeଦେଶ ବିଦେଶପୋଲିସ ମାଡ଼ରେ ବିଷ ପିଇ ଆତ୍ମହତ୍ୟା କଲେ ଯୁବକ

ପୋଲିସ ମାଡ଼ରେ ବିଷ ପିଇ ଆତ୍ମହତ୍ୟା କଲେ ଯୁବକ

ନୂଆଦିଲ୍ଲୀ: ରାଜସ୍ଥାନର ଅଲୱାର ଜିଲ୍ଲାର ଶିବାଜୀ ପାର୍କ ପୋଲିସ ଷ୍ଟେସନ ଅଞ୍ଚଳରେ, ୨୨ ବର୍ଷୀୟ ଅମିତ ସାଇନି ପୋଲିସର ଅତ୍ୟାଚାରରେ ଅତିଷ୍ଠ ହୋଇ ଆତ୍ମହତ୍ୟା କରିଛନ୍ତି। ସେ ବିଷ ପିଇ ନିଜ ଜୀବନ ଶେଷ କରିଛନ୍ତି। ମୃତକ ତାଙ୍କ ସୁଇସାଇଡ ନୋଟରେ ତିନି ଜଣ ପୋଲିସ କର୍ମଚାରୀଙ୍କ ସମେତ ଛଅ ଜଣଙ୍କ ନାମ ଲେଖିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ମିଥ୍ୟା ମାମଲାରେ ଫସାଇ ଥାନାରେ ରଖାଯାଇଥିଲା, ସାରା ରାତି ମାଡ ଏବଂ ଅପମାନିତ କରାଯାଇଥିଲା।

ମୃତ୍ୟୁ ପୂର୍ବରୁ ଅମିତ ତାଙ୍କ ବାପାଙ୍କୁ କହିଥିଲେ ଯେ ପୋଲିସ ତାଙ୍କୁ ବହୁତ ମାଡ଼ ମାରିଛି ଏବଂ ତାଙ୍କ ସହିତ ଅଶାଳୀନ ବ୍ୟବହାର କରିଛି। ପରିବାର ଲୋକ ତାଙ୍କୁ ତୁରନ୍ତ ଜିଲ୍ଲା ହସ୍ପିଟାଲକୁ ନେଇଯାଇଥିଲେ, କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।
ମୃତକଙ୍କ ବାପା ଲକ୍ଷ୍ମଣ ସାଇନି ଅଭିଯୋଗ କରିଛନ୍ତି ଯେ ମିଥ୍ୟା ଅଭିଯୋଗରେ ଥାନାକୁ ନେଇଯାଇଥିଲେ ଏବଂ ହତ୍ୟା ଧମକ ଦିଆଯାଇଥିଲା। ସୂଚନା ଅନୁଯାୟୀ, ଅମିତ ମାତ୍ର ଗୋଟିଏ ବର୍ଷ ପୂର୍ବରୁ ବିବାହ କରିଥିଲେ। ସେ ପୂର୍ବରୁ ଏକ ଘରୋଇ ହସ୍ପିଟାଲରେ କାମ କରୁଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking