ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ସମାବେଶରେ ରାହୁଲ ଗାନ୍ଧି । ସମ୍ବିଧାନ ବଞ୍ଚାଅ ସମାବେଶରେ ରାହୁଲଙ୍କ ସହ ମଲ୍ଲିକାର୍ଜୁନ ଖଡଗେ, କେ.ସି ବେଣୁ ଗୋପାଳ ବି ସାମିଲ ଅଛନ୍ତି । ପିସିସି ସଭାପତିଙ୍କ ସମେତ ରାଜ୍ୟର ଅନେକ ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି । ସମ୍ବିଧାନ ବଞ୍ଚାଅ ସମାବେଶରେ ରାହୁଲଙ୍କ ସମ୍ବୋଧନ ପରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବକ୍ତବ୍ୟ ରଖିଛନ୍ତି । ବରପୁତ୍ରଙ୍କୁ ସ୍ମରଣ କଲେ ଏଆଇସିସି ଅଧ୍ୟକ୍ଷ । ଆହୁରି କହିଛନ୍ତି, ଓଡିଶାକୁ ସବୁବେଳେ ଗୁରୁତ୍ୱ ଦେଇଚି କଂଗ୍ରେସ । ପାରାଦୀପ, ହୀରାକୁଦ ଦେଇଛି କଂଗ୍ରେସ । କଂଗ୍ରେସ ଦେଇଛି ଏନଟିପିସି, ନାଭାଲ ଏକାଡେମୀ । ରେଳ କୋଚ ଫ୍ୟାକ୍ଟ୍ରି କରିଥିଲା କଂଗ୍ରେସ । କଂଗ୍ରେସ ଭୁବନେଶ୍ୱରରେ ଏମ୍ସ ପ୍ରତିଷ୍ଠା କରିଛି । ଭୁବନେଶ୍ୱରକୁ ରାଜଧାନୀ କରିଥିଲେ ନେହେରୁ । ମିଛରେ ଶ୍ରେୟ ନେବାକୁ ଚେଷ୍ଟା କରୁଛି ବିଜପେି ।କଂଗ୍ରେସ ଓଡିଶାକୁ ଅନେକ କିଛି ଦେଇଛି । ଯାହା ଦେଇଛୁ ମୋଦୀ ସବୁକିଛି ବିକ୍ରି କରୁଛନ୍ତି । ମାଇନ୍ସ , ଜମି, ପାଣି, ସବୁ ବିକୁଛନ୍ତି ମୋଦୀ । ଜଙ୍ଗଲ ଆଇନ ଉଲ୍ଲଙ୍ଘନ କରାଯାଉଛି । କଂଗ୍ରେସ ଓଡିଶାରେ ଜିତିଲେ ଦେଶରେ ଜିତିବ । ଇଣ୍ଡଷ୍ଟ୍ରି ପାଇଁ କଟା ଯାଉଛି ଜଙ୍ଗଲ । ମୋଦୀଙ୍କ ଏଜେଣ୍ଡା ସମ୍ବିଧାନ ଶେଷ କରିବା । ସମ୍ବିଧାନ ବିରୋଧରେ କହୁଛି ବିଜେପି । ବିଜେପି ସବୁ ଧର୍ମକୁ ବାଣ୍ଟୁଛି । ସିବିଆଇ , ଇଡିର ଭୟ ଦେଖାଉଛନ୍ତି ମୋଦୀ ।









