24.1 C
Bhubaneswar
Friday, February 13, 2026
Homeଓଡିଶାକଳିଙ୍ଗ ଷ୍ଟାଡ଼ିୟମରେ ଆଜିଠାରୁ ଅଲ୍‌ ଇଣ୍ଡିଆ ସିନିୟର ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ

କଳିଙ୍ଗ ଷ୍ଟାଡ଼ିୟମରେ ଆଜିଠାରୁ ଅଲ୍‌ ଇଣ୍ଡିଆ ସିନିୟର ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ୍‌ ଠାରେ ଆଜିଠାରୁ ଆରମ୍ଭ ହୋଇଯାଇଛି ଅଲ୍‌ ଇଣ୍ଡିଆ ସିନିୟର ବ୍ୟାଡ଼ମିଣ୍ଟନ ରାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟ।ଆଜି ପ୍ରତିଯୋଗିତାର ଉଦ୍‌ଘାଟନୀ ସମାରୋହରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ କ୍ରୀଡ଼ାବିତମାନଙ୍କର ଉତ୍ସାହ ବର୍ଦ୍ଧନ କରିଥିଲେ। ଅଲ୍‌ ଇଣ୍ଡିଆ ସିନିୟର ବ୍ୟାଡ଼ମିଣ୍ଟନ ରାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟର ଆୟୋଜନ ହେବା ଦ୍ୱାରା ସର୍ବ ଭାରତୀୟ ସ୍ତରରେ ବ୍ୟାଡ଼ମିଣ୍ଟନ ଖେଳାଳୀମାନେ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ଏକ ପ୍ରକୃଷ୍ଟ ମଞ୍ଚ ପାଇପାରିବା ସହିତ ପ୍ରତିଯୋଗିତାର ଆୟୋଜନ ମାଧ୍ୟମରେ କ୍ରୀଡ଼ା ପ୍ରତିଭାର ବିକାଶ ହୋଇପାରୁଛି ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଥିଲେ। ପ୍ରକାଶଯୋଗ୍ୟ ଯେ, ଅଲ୍‌ ଇଣ୍ଡିଆ ସିନିୟର ବ୍ୟାଡ଼ମିଣ୍ଟନ ରାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟରେ ସିଙ୍ଗଲ୍ସ, ଡ଼ବଲ୍ସ, ମିକ୍ସଡ଼ ଡ଼ବଲ୍ସ ଆଦି କ୍ୟାଟାଗୋରୀରେ ପ୍ରାୟ ୧୫୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଛନ୍ତି। ଏହି ପ୍ରତିଯୋଗିତା ଜୁଲାଇ ୮ ତାରିଖ ଠାରୁ ଆରମ୍ଭ ହୋଇ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking