17.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶସବୁ ସତ ମାନିଲା ଆତଙ୍କୀ ତହବୁର ରାଣା

ସବୁ ସତ ମାନିଲା ଆତଙ୍କୀ ତହବୁର ରାଣା

ନୂଆଦିଲ୍ଲୀ: ଆମେରିକାରୁ ପ୍ରତ୍ୟର୍ପଣ ହୋଇ ଭାରତ ଆସିଥିବା ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ଅଭିଯୁକ୍ତ ତଥା ୬୪ ବର୍ଷୀୟ ତହବୁର ରାଣା ଶେଷରେ ସବୁ ସତ ଓଗାଳିଛି । ଏନ୍‌ଆଇଏ ପକ୍ଷରୁ କରାଯାଇଥିବା ଜେରା ସମୟରେ ସେ ସ୍ୱୀକାର କରିଛି ଯେ, ସେ ପାକିସ୍ତାନ ସେନା ପାଇଁ ଜଣେ ଏଜେଣ୍ଟ ଭାବେ କାମ କରୁଥିଲା । ପରେ ସେ ଡେଭିଡ୍ କୋଲମ୍ୟାନ୍ ହେଡ୍‌ଲି (୨୬/୧୧ ଆକ୍ରମଣର ଅନ୍ୟତମ ପ୍ରମୁଖ ଅଭିଯୁକ୍ତ) ସହ ଲସ୍କର-ଏ-ତୋଇବା ପକ୍ଷରୁ ଏକ ଆତଙ୍କବାଦୀ ଟ୍ରେନିଂ ସେସନରେ ମଧ୍ୟ ସାମିଲ ଥିଲା । କେବଳ ଏତିକି ନୁହେଁ ମୁମ୍ବାଇ ଆକ୍ରମଣ ସମୟରେ ସେ ମୁମ୍ବାଇରେ ହିଁ ଥିବା କଥା ସ୍ୱୀକାର କରିଛି । ରାଣା ଏନ୍‌ଆଇଏକୁ କହିଛି ଯେ, ଲସ୍କର ପ୍ରକୃତରେ ଏକ ଗୁପ୍ତଚର ନେଟ୍‌ୱାର୍କ ପରି କାମ କରେ । ରାଣା ଜେରା ସମୟରେ ସ୍ୱୀକାର କରିଛି ଯେ, ସେ ନିଜ ଯୋଜନା ସହିତ ମୁମ୍ବାଇରେ ତା’ କମ୍ପାନୀର ଇମିଗ୍ରେସନ ସେଣ୍ଟର ଖୋଲିଥିଲେ, ଯାହାଦ୍ୱାରା ଆକ୍ରମଣ ପାଇଁ ପ୍ରସ୍ତୁତି ପାଇଁ ସ୍ଥାନ ଏବଂ ସୁବିଧା ଉପଲବ୍ଧ ହୋଇପାରିବ । ସେ ବ୍ୟକ୍ତିଗତ ଭାବରେ ଛତ୍ରପତି ଶିବାଜୀ ଟର୍ମିନସ୍ ଭଳି ସ୍ଥାନ ପରିଦର୍ଶନ ପୂର୍ବକ ରେକି କରିଥିବା କଥା ମଧ୍ୟ ସ୍ୱୀକାର କରିଛି । ଏତଦ୍‌ବ୍ୟତୀତ ୨୬/୧୧ ଆକ୍ରମଣ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହଯୋଗରେ କରାଯାଇଥିଲା । ସେ କାନାଡାର ନାଗରିକତା ହାସଲ କରିଥିବା ବେଳେ ପାକିସ୍ତାନୀ ସେନାରେ ଜଣେ ଡାକ୍ତର ଭାବେ ନିଯୁକ୍ତି ପାଇଥିଲା।

ଡେଭିଡ୍ ହେଡଲି ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା । ତହବୁର ରାଣା, ତାକୁ ଏହି ଆକ୍ରମଣ କରିବାରେ ସାହାଯ୍ୟ କରିବା ପାଇଁ ଭାରତ ଆସିଥିଲା । ଆକ୍ରମଣ ପରେ ସେ ୧୯୯୭ରେ କାନାଡା ଫେରିଯାଇଥିଲା ଏବଂ ସେଠାରେ ବ୍ୟବସାୟ କରିବା ଆରମ୍ଭ କରିଥିଲା । ପରେ ସେ କାନାଡାରୁ ଆମେରିକାର ଚିକାଗୋ ସହରକୁ ଚାଲିଆସିଥିଲା ଏବଂ ଫାଷ୍ଟ ୱାର୍ଲ୍ଡ ଇମିଗ୍ରେସନ୍ ସର୍ଭିସେସ୍ ନାମକ ଏକ ପରାମର୍ଶଦାତା ସଂସ୍ଥା ଖୋଲିଥିଲା । ଆମେରିକାର କୋର୍ଟ ଡକ୍ୟୁମେଣ୍ଟ ଅନୁଯାୟୀ, ରାଣା ଅନେକ ଥର କାନାଡା, ପାକିସ୍ତାନ, ଜର୍ମାନୀ ଏବଂ ଇଂଲଣ୍ଡ ମଧ୍ୟ ଗସ୍ତ କରିଛି । ସେ ପ୍ରାୟ ୭ଟି ଭାଷା କହିପାରେ ।

୨୬ ନଭେମ୍ବର ୨୦୦୮ରେ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା ମୁମ୍ବାଇ ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ୯ ଆକ୍ରମଣକାରୀଙ୍କ ସମେତ ମୋଟ୍ ୧୭୫ ଜଣ ପ୍ରାଣ ହରାଇଥିଲେ ଏବଂ ୩୦୦ରୁ ଅଧିକ ଆହତ ହୋଇଥିଲେ । ୨୦୦୯ ମସିହାରେ ତହବୁର ରାଣାଙ୍କୁ ଆମେରିକାନ୍ ତଦନ୍ତ ଏଜେନ୍ସି (ଏଫ୍‌ବିଆଇ) ଗିରଫ କରିଥିଲା । ଆମେରିକାରେ ଲସ୍କର-ଏ-ତୋଇବାକୁ ସମର୍ଥନ କରିବା ପାଇଁ ରାଣାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଏପର୍ଯ୍ୟନ୍ତ ସେ ଲସ୍ ଆଞ୍ଜେଲସର ଏକ ଅଟକ କେନ୍ଦ୍ରରେ ବନ୍ଦୀ ରହିଥିଲା । ଭାରତ ସରକାରଙ୍କ ଅନୁରୋଧ କ୍ରମେ ଗତ ମାସରେ ରାଣାକୁ ଭାରତ ପ୍ରତ୍ୟର୍ପଣ କରି ଅଣାଯାଇଥିଲା । ପଚରାଉଚରାରେ ସାମିଲ ଥିବା ମୁମ୍ବାଇ ପୁଲିସ୍ କ୍ରାଇମବ୍ରାଞ୍ଚ ଏବେ ରାଣାକୁ ଗିରଫ କରି ରିମାଣ୍ଡରେ ନେବାକୁ ପ୍ରସ୍ତୁତ ହେଉଛି । ବର୍ତ୍ତମାନ ରାଣା ଏନ୍‌ଆଇଏର ନ୍ୟାୟିକ ହେପାଜତରେ ଅଛନ୍ତି, ଯାହାକୁ ଦିଲ୍ଲୀ କୋର୍ଟ ୯ ଜୁଲାଇ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking