16.1 C
Bhubaneswar
Sunday, December 7, 2025
Homeଓଡିଶାଗ୍ୟାସ୍ କଟରରେ ଏଟିଏମ୍ ତାଡ଼ି ଟଙ୍କା ଲୁଟିନେଲେ ଲୁଟେରା

ଗ୍ୟାସ୍ କଟରରେ ଏଟିଏମ୍ ତାଡ଼ି ଟଙ୍କା ଲୁଟିନେଲେ ଲୁଟେରା

ବାଲେଶ୍ୱର: ଗ୍ୟାସ କଟରରେ ଏଟିଏମ୍ କାଟି ଟଙ୍କା ଲୁଟିନେଲେ ଲୁଟେରା । ବାଲେଶ୍ୱର ଜିଲ୍ଲା ସୋର ଥାନା ବାଗୁଡ଼ି ଯୋଡ଼ା ଆମ୍ବ ଛକରେ ଘଟିଛି ଘଟଣା । ସିସିଟିଭି କ୍ୟାମେରାରେ କଳା ରଙ୍ଗ ସ୍ପ୍ରେ କରି ଏସବି-ଆଇ ଏଟିଏମରୁ ତାଡି ନେଇଛନ୍ତି ଟଙ୍କା । ଏଟିଏମ ସଟର ଚାବିକୁ କାଟି ଭିତରକୁ ପଶି ଏଟିଏମ କାଟି ଟଙ୍କା ଲୁଟ୍ କରି ନେଲେ । ଘଟଣାସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚିବା ପରେ ଲୁଟେରା ଫେରାର ହୋଇଯାଇଥିଲେ । ତେବେ ଗତ ଶନିବାର ଦିନ ଟଙ୍କା ଭର୍ତ୍ତି ହୋଇଥିଲା । ଏଟିଏମରେ କେତେ ଟଙ୍କା ଥିଲା ତାର ସଠିକ୍ ତଥ୍ୟ ମିଳିନାହିଁ । ଲୁଟ୍ ଜାଗାରେ ପୁଲିସ ପହଂଚି ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ପଚରାଉଚୁରା କରୁଛନ୍ତି ।   ସେପଟେ ଦୁର୍ବୃତ୍ତ ତାଡିନେଲେ ଦାନ ବାକ୍ସ । ଠାକୁରଙ୍କ ସୁନା ଗହଣା ଲୁଟି ନେଇଥିବା ବେଳେ ସିସିଟିଭିରେ କଏଦ ହୋଇଛି ଭିଜୁଆଲ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଥିବା ଇସ୍କନ ମନ୍ଦିରରେ ଦୃବୁର୍ତ୍ତ ମାନେ ପଶି ଲୁଟପାଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking