22.1 C
Bhubaneswar
Friday, February 6, 2026
Homeଦେଶ ବିଦେଶଅମରନାଥ ଯାତ୍ରାରେ ଅଘଟଣ: ଶେଷନାଗରେ ଜଣେ ଶ୍ରଦ୍ଧାଳୁ ମୃତ

ଅମରନାଥ ଯାତ୍ରାରେ ଅଘଟଣ: ଶେଷନାଗରେ ଜଣେ ଶ୍ରଦ୍ଧାଳୁ ମୃତ

ଶ୍ରୀନଗର : ଗୁରୁବାରଠାରୁ ଅମରନାଥ ଯାତ୍ରା ଆରମ୍ଭ ହୋଇଥିବାବେଳେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଶେଷନାଗରେ ଜଣେ ଶ୍ରଦ୍ଧାଳୁ ପ୍ରାଣ ହରାଇଥିବା ଜଣାପଡିଛି। ଉତ୍ତର ପ୍ରଦେଶ ବାସିନ୍ଦା ଦିଲୀପ ଶ୍ରୀବାସ୍ତବ ନାମକ ଏହି ଶ୍ରଦ୍ଧାଳୁ ଶେଷନାଗ ଶିବିରରେ ପହଞ୍ଚିବାପରେ ଅଚେତ ହୋଇପଡିଥିଲେ। ତୁରନ୍ତ ଶେଷନାଗସ୍ଥିତ ଅସ୍ଥାୟୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଚଳିତ ଅମରନାଥ ଯାତ୍ରାରେ ଏହା ପ୍ରଥମ ଅଘଟଣ। ଶ୍ରଦ୍ଧାଳୁମାନେ ସାଧାରଣତଃ ଦୁଇଟି ମାର୍ଗ ଯଥା ପହଲଗାଓଁ ଓ ବାଲ୍‌ତାଲ ଦେଇ ଅମରନାଥ ଗୁମ୍ଫାକୁ ଯାତ୍ରା କରିଥାନ୍ତି। ଏଥିପାଇଁ ସେମାନଙ୍କୁ ଯଥାକ୍ରମେ ୪୬ ଓ ୧୪ କିମି ପଥ ଅତିକ୍ରମ କରିବାକୁ ପଡିଥାଏ। ପହଲଗାଓଁ ମାର୍ଗ ଦେଇ ଯାଉଥିବା ଶ୍ରଦ୍ଧାଳୁମାନେ ଚନ୍ଦନବାଡି, ପିଶୁ ଟପ୍‌, ଶେଷନାଗ ଏବଂ ପଞ୍ଚତରଣୀ ଦେଇ ଗୁମ୍ଫାରେ ପହଞ୍ଚିଥାନ୍ତି। ବାଲ୍‌ତାଲ୍‌ ରୁଟ୍‌ ଅତ୍ୟଧିକ ଦୁର୍ଗମ ହୋଇଥିବାରୁ ଅଧିକାଂଶ ଶ୍ରଦ୍ଧାଳୁ ପହଲଗାଓଁ ରୁଟ୍‌କୁ ପସନ୍ଦ କରିଥାନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking