25.1 C
Bhubaneswar
Saturday, December 6, 2025
Homeଓଡିଶାଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କ ଦକ୍ଷତା ବିକାଶ କର୍ମଶାଳା

ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କ ଦକ୍ଷତା ବିକାଶ କର୍ମଶାଳା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ରାଜ୍ୟରେ ଥିବା ସମସ୍ତ ୧୯୯ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଭାରପ୍ରାପ୍ତ ଅଧ୍ୟକ୍ଷ-ଅଧ୍ୟକ୍ଷାମାନଙ୍କ କାର୍ଯ୍ୟ ସମୀକ୍ଷା ଓ ଦକ୍ଷତା ବିକାଶ କର୍ମଶାଳା କୃଷି ଭବନଠାରେ ଆୟୋଜିତ ହୋଇଯାଇଛି । ଏହି ଏକ ଦିବସୀୟ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ ଯୋଗ ଦେଇଥିବା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରଘୁରାମ୍ ଆର୍ ଆୟର, ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ସସ୍ମିତା ସାହୁ, ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ, ଭୁବନେଶ୍ୱରର ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ଦିପ୍ତୀମୟୀ ଶୁଭଦର୍ଶିନୀ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶିକା ଶ୍ରୀମତୀ ସ୍ନିଗ୍ଧା ମିଶ୍ର, ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ସସ୍ମିତା ମାଳି ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ନନ୍ଦ କହିଛନ୍ତି, ବିକଶିତ ଭାରତ ଗଠନରେ ଯୁବକମାନଙ୍କର ଭୂମିକା ରହିଛି ଏବଂ ସେମାନଙ୍କୁ ଶିକ୍ଷକ/ଅଧ୍ୟକ୍ଷ ମାନେ ହିଁ ଉଚିତ୍ ଦିଗଦର୍ଶନ ଦେଇପାରିବେ । ସେ ଏହା ମଧ୍ୟ କହିଛନ୍ତି, ଉପସ୍ଥିତ ଥିବା ସମସ୍ତ ଅଧ୍ୟକ୍ଷ/ଅଧ୍ୟକ୍ଷା ଶିକ୍ଷାର ମୁଖ୍ୟ ସ୍ତମ୍ଭ । ଆଜିର ଏହି କର୍ମଶାଳା ମାଧ୍ୟମରେ ଅଧ୍ୟକ୍ଷମାନେ ଜ୍ଞାନର ପରିସୀମାକୁ ପରିବ୍ୟାପ୍ତ କରିବେ ଓ ବିକଶିତ ଭାରତ ଗଠନରେ ନିଜର ଯୋଗଦାନ ଦେବେ ।

କର୍ମଶାଳାର ପ୍ରାରମ୍ଭରେ ଉଦବୋଧନ ଦେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକ ରଘୁରାମ୍ ଆର୍ ଆୟାର ସମସ୍ତ ଅତିଥି, କର୍ମଶାଳାରେ ଅଂଶ ଗ୍ରହଣ କରିଥିବା ଭାରପ୍ରାପ୍ତ ଅଧ୍ୟକ୍ଷ-ଅଧ୍ୟକ୍ଷାଙ୍କୁ କର୍ମଶାଳାକୁ ସ୍ୱାଗତ କରିବା ସହିତ ଏହାର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ସେହିପରି ଓସେପା ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ସାହୁ କହିଛନ୍ତି, ସମସ୍ତ କ୍ଷେତ୍ରରେ ସୁଚାରୁରୂପ କାର୍ଯ୍ୟ ତୁଲାଇବା ପାଇଁ ଏହି କର୍ମଶାଳାର ଆୟୋଜନ । ନିଜର ସାମର୍ଥ୍ୟକୁ ସମସ୍ୟା ସମାଧାନ ଦିଗରେ କେନ୍ଦ୍ରିତ କଲେ ସକରାତ୍ମକ ଫଳ ମିଳି ପାରିବ ବୋଲି ସେ କହିଛନ୍ତି । ଏଥିସହ ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ଶୁଭଦର୍ଶିନୀ ଉପସ୍ଥିତ ରହି କର୍ମଶାଳାରେ ଥିବା ସମସ୍ତ ଅଧିବେଶନକୁ ଯତ୍ନବାନ ହୋଇ ଶୁଣିବା ଏବଂ ତାହାର ଅନୁପାଳନ କରିବା ନେଇ ସୂଚନା ଦେଇଥିଲେ ।

ଆଜିର ଏହି କର୍ମଶାଳାରେ ଭାରପ୍ରାପ୍ତ ଅଧ୍ୟକ୍ଷ-ଅଧ୍ୟକ୍ଷା ସେମାନଙ୍କର ଭୂମିକା ବିଷୟରେ ଅବଗତ ହେବା ସହ ବିଦ୍ୟାଳୟର ସୁପରିଚାଳନା ନିମିତ୍ତ ବିଭିନ୍ନ ବିଷୟରେ ଯଥା- ପରୀକ୍ଷା ପରିଚାଳନା ପଦ୍ଧତି, ପରୀକ୍ଷା ଫଳର ବିଶ୍ଳେଷଣ, କ୍ୟାରିୟର କାଉନସେଲିଂ, ଛାତ୍ରବୃତ୍ତି, ଇ- ଆଡମିଶନ ପ୍ରକ୍ରିୟା , ଅତିଥି ଶିକ୍ଷକ ନିୟୋଜନ ପ୍ରକ୍ରିୟା, ସମଗ୍ର ଶିକ୍ଷା ଓ ପିଏମ-ଶ୍ରୀ ସ୍କୁଲ ଅଧିନରେ ଥିବା ଅନୁଦାନର ବ୍ୟବହାର, UDISE ଅପଡେଟ୍, APPAR ID ପ୍ରସ୍ତୁତ, ଛାତ୍ରୀଙ୍କ ପାଇଁ ଆତ୍ମସୁରକ୍ଷା ପ୍ରଶିକ୍ଷଣ, କାର୍ଯ୍ୟ ସମ୍ପାଦନରେ ଅଧ୍ୟକ୍ଷମାନେ ସମ୍ମୁଖିନ ହେଉଥିବା ସମସ୍ୟା ଇତ୍ୟାଦି ବିଷୟରେ ଅଧିବେଶନ ଆୟୋଜିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking