ଭୁବନେଶ୍ୱର: ଅଫିସରଙ୍କ ଧର୍ମଘଟକୁ ନେଇ ରାଜସ୍ୱ ମନ୍ତ୍ରୀ ବଡ ବୟାନ ଦେଇଛନ୍ତି । ପୂର୍ୱ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପାଖରେ ପ୍ଲାନ ୧,୨,୩ ଥାଏ । ଅତିରିକ୍ତ ତଗସିଲଦାରଙ୍କୁ ମାଡ ବେଳେ କେଉଁ ଅଧିକାରୀ ସାମ୍ନାକୁ ଆସିଥିଲେ । ମୁଁ ନିଜେ ସାମ୍ନାକୁ ଆସିଥିଲି, ଆମ ଉପରେ ଭରସା ରଖିବୁ । ଯେଉଁ ଅଫିସର ଧର୍ମଘାଟରେ ଅଛନ୍ତି, ତାଙ୍କ କଷ୍ଟ ଓ ଭାବନା ସହ ସରକାର ଅଛନ୍ତି । ଘଟଣାରେ ୫ ଜଣ ଗିରଫ ହୋଇ ସାରିଲେଣି , ଦଳରୁ ନିଲମ୍ବନ ବି ହୋଇଛି । ଯଦି ବିନା ପ୍ରମାଣରେ ପ୍ରଚ୍ଛଦ ପଟର କିଏ ଗିରଫ ହୁଅନ୍ତି, କୋର୍ଟ ଗ୍ରହଣ କରିବେନି । ଯେଉଁମାନଙ୍କ ଭିଡିଓ ଫୁଟେଜ ଅଛି , ସେମାନେ ଗିରଫ ହୋଇ ସାରିଛନ୍ତି । ପ୍ରଚ୍ଛଦ ପଟରେ କିଏ ,ଖୋଜିବାକୁ ଟିକେ ସମୟ ଲାଗିବ, କେହି ବର୍ତ୍ତିବେ ନାହିଁ । ରଥଯାତ୍ରା ସହ ବନ୍ୟା ପରିସ୍ଥିତି ରହିଛି, ଧର୍ମଘଟ ସ୍ଥଗିତ ରଖନ୍ତୁ, ପରେ କରିପାରିବେ ।










