ପୁରୀ: ଆରମ୍ଭ ହେଲା ବାହୁଡା ପ୍ରସ୍ତୁତି । ୩ ରଥ ଦକ୍ଷିଣ ମୋଡରେ । ଗତକାଲି ପ୍ରଥମେ ରଥର ବ୍ରେକ ଓ ଦଉଡି ସଂଯୋଗ କରାଯାଇ ଦର୍ପଦଳନ ରଥକୁ ଦକ୍ଷିଣ ମୋଡ କରାଯାଇଥିଲା । ପରେ ତାଳଧ୍ୱଜ ଟଣାଯାଇ ନାକଚଣା ଦ୍ୱାର ନିକଟକୁ ଅଣାଯାଇଛି । ତେବେ ରାତି ଓ ବର୍ଷା ହୋଇଯିବାରୁ ମହାପ୍ରଭୁ ନନ୍ଦିଘୋଷ ରଥ ଦକ୍ଷିଣ ମୋଡ କରାଯାଇନଥିଲା । ଆଜି ନନ୍ଦିଘୋଷ ରଥର ଦକ୍ଷିଣ ମୋଡ କରାଯାଇ ନାକଚଣା ନିକଟରେ ରଖାଯାଇଛି । ଆସନ୍ତାକାଲି ମହାପ୍ରଭୁଙ୍କ ସନ୍ଧ୍ୟାଦର୍ଶନ । ବାହୁଡା ନୀତି ଶୃଙ୍ଖଳିତ କରିବା ପାଇଁ ସନ୍ଧ୍ୟା ଦର୍ଶନ ସମୟ ସଙ୍କୁଚିତ କରାଯାଇଛି । ସେହି ଦିନ ସନ୍ଧ୍ୟା ୭ଟାରୁ ସର୍ୱସାଧାରଣ ଦର୍ଶନ ବନ୍ଦ ରହିବ ।










