25.1 C
Bhubaneswar
Saturday, February 14, 2026
Homeଓଡିଶାକେକେ ଲାଇନରେ ଭୂସ୍ଖଳନ: ଟ୍ରେନ ଚଳାଚଳ ପ୍ରଭାବିତ

କେକେ ଲାଇନରେ ଭୂସ୍ଖଳନ: ଟ୍ରେନ ଚଳାଚଳ ପ୍ରଭାବିତ

କୋରାପୁଟ: ପୂର୍ବତଟ ରେଳପଥର ରାୟଗଡ଼ା ରେଳ ଡିଭିଜନ ଅଧୀନରେ ଥିବା କୋଠାଭାଲସା-କିରାଣ୍ଡୁଲ ଲାଇନ (କେକେ ଲାଇନ)ରେ ଭୂସ୍ଖଳନ ଯୋଗୁଁ ଅନେକ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ପ୍ରବଳ ଏବଂ ନିରନ୍ତର ବର୍ଷା ପରେ ଜେରାଟି ରେଳ ଷ୍ଟେସନ ନିକଟରେ ଭୂସ୍ଖଳନ ହେବା ପରେ ରେଳ ଟ୍ରାକ ଅବରୋଧିତ ହୋଇ ରହିଥିଲା।ରେଳ ଟ୍ରାକରେ ଭୂସ୍ଖଳନ ଯୋଗୁଁ କୋରାପୁଟରୁ ଜଗଦଲପୁର ପର୍ଯ୍ୟନ୍ତ ଟ୍ରେନ ଚଳାଚଳ ଗୁରୁତର ଭାବରେ ପ୍ରଭାବିତ ହୋଇଛି।ହୀରାଖଣ୍ଡ ଏକ୍ସପ୍ରେସ୍, ସମଲେଶ୍ୱରୀ ଏକ୍ସପ୍ରେସ୍, ରାଉରକେଲା ଇଣ୍ଟରସିଟି ଏବଂ ବିଶାଖାପାଟଣା-କିରାଣ୍ଡୁଲ୍ ପାସେଞ୍ଜର ସମେତ ଅନେକ ଟ୍ରେନ୍ ବିଭିନ୍ନ ରେଳ ଷ୍ଟେସନରେ ଅଟକି ରହିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking