28.1 C
Bhubaneswar
Tuesday, May 5, 2026
Homeଓଡିଶାଛୁଟିରେ ଅଧିକାରୀ: ଅଫିସ ଖାଁ ଖାଁ

ଛୁଟିରେ ଅଧିକାରୀ: ଅଫିସ ଖାଁ ଖାଁ

ଭୁବନେଶ୍ୱର: ସୋମବାର  ବିଏସ ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ମାମଲାରେ  ରାଜ୍ୟର  ବିଭିନ୍ନ  ଓଏଏସ ସଂଘ ପକ୍ଷରୁ ପ୍ରତିବାଦ କରାଯାଇଛି ।  ଏହା ସହିତ ଦୃଢ କାଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।  ରାଜ୍ୟରେ ବିଭିନ୍ନ କାଯ୍ୟାଳୟ ଖୋଲାଥିବା ବେଳେ ଅଧିକାରୀମାନେ ନାହାନ୍ତି ।  ଏହାକୁ ବିରୋଧ କରି  ମାଲକାନଗିରି ରେ ଓଏଏସ  ଅଧିକାରୀ ଛୁଟିରେ ଯାଇଛନ୍ତି ।  ଅନାସ୍ଥା ଭୋଟ ଗ୍ରହଣ କରିପାରିଲାନି । ପଡିଆ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା  ।   ଅନାସ୍ଥା ପ୍ରସ୍ତାବ ନେଇ ବୁଧବାର ଭୋଟ ଗ୍ରହଣ ହୋଇଥାନ୍ତା।  କୌଣସି ଅଧିକାରୀ ନ ଆସିବାରୁ  ଜନପ୍ରତିନିଧି ହଟହଟା ହୋଇଥିଲେ। ଔପଚାରିକ ଭାବେ ନୂତନ ତାରିଖ ଘୋଷଣା ଦାବି ନେଇ  ଜନପ୍ରତିନିଧି ଅଡ଼ି ବସିଥିଲେ।ସେହିପରି ଭଦ୍ରକ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ଖାଁ ଖାଁ  ଦେଖିବାକୁ ମିଳିଛି।   ଓଏଏସ୍ ଏବଂ  ଓଆର୍‌ଏସ ସଂଘର ଆନ୍ଦୋଳନ ଯୋଗୁ ସ୍ଥିତି ଅସମ୍ଭାଳ ରହିଛି।  ବିନା ଅଧିକାରୀଙ୍କ ଉପସ୍ଥିତିରେ ବିଭିନ୍ନ କାମ ଅଟକି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking