ଭୁବନେଶ୍ୱର: ସୋମବାର ସକାଳେ ଓଡିଶାର କଟକ ରେଳ ଷ୍ଟେସନରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଏହି ମାଲବାହୀ ଟ୍ରେନ ପାରାଦୀପ ଅଭିମୁଖେ ଯିବାର କାଯ୍ୟକ୍ରମ ଥିଲା । ରେଳବାଇ ପକ୍ଷରୁ କୁହାଯାଇଛି ଯେ ମାଲବାହୀ ଟ୍ରେନର ତିନୋଟି ଖାଲି ନମ୍ବର ବାକ୍ସ ୱାଗନ ଲାଇନଚ୍ୟୁତ ହୋଇଥିଲା । ମେସିନ, ସାମଗ୍ରୀ ଏବଂ ମାମବ ସମ୍ବଳ ସହିତ ରିଲିଫ ଟ୍ରେନ ପୂର୍ୱରୁ ନିୟୋଜିତ କରାଯାଇଛି ଏବଂ ୟାର୍ଡରେ ଲୁପ ଲାଇନ ଖୁବଶୀଘ୍ର ପୁନଃସ୍ଥାପିତ ହେବ । ରେଳବାଇ ଉଚ୍ଚ କର୍ତ୍ତୁପକ୍ଷ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି ।










