22.1 C
Bhubaneswar
Monday, March 23, 2026
Homeଓଡିଶାପୋଲିସ ମୁତୟନ ଥିଲେ: ଏସପି

ପୋଲିସ ମୁତୟନ ଥିଲେ: ଏସପି

ପୁରୀ: ପୁରୀ ଅଘଟଣରେ ଶ୍ରଦ୍ଧାଳୁଙ୍କ ଅଭିଯୋଗକୁ ଖଣ୍ଡନ କଲେ ଏସପି ଭିନିତି ଅଗ୍ରୱାଲ । ରଥ ଚାରିପାଖରେ ପୋଲିସ କର୍ମୀ ମୁତୟନ ଥିଲେ କହିଲେ ଏସପି । ପୋଲିସ ମୁତୟନ କମ୍ କରାଯାଇନି । ପୋଲିସ ଭିଡ ଭିତରେ ନଥିବା କଥା ଠିକ୍ ନୁହେଁ । ଶ୍ରଦ୍ଧାଳୁ ଅଭିଯୋଗ କରିଥିଲେ ଯେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ବେଳେ ପ୍ରଶାସନିକ ଅଧିକାରୀ ନଥିଲେ । ପ୍ରଶାସନିକ ଅଧିକାରୀ ନଥିବା ଅଭିଯୋଗ କରିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ପ୍ରଶାସନିକ ଢିଲା ବ୍ୟବସ୍ଥାକୁ ଦାୟୀ କରିଥିଲେ ଶ୍ରଦ୍ଧାଳୁ ।

ସୂଚନାଯୋଗ୍ୟ, ଶନିବାର ବିଳମ୍ବିତ ରାତିରେ ଶରଧାବାଲିରେ ରଥ ନିକଟରେ ଦଳାଚକଟା ଘଟି ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା। ସୂଚନା ଅନୁସାରେ, ଏଥିରେ ୪୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ମୃତକମାନେ ହେଲେ ବୋଲଗଡ଼ ଅଞ୍ଚଳର ବାସନ୍ତୀ ସାହୁ(୩୬), ନୟାପଲ୍ଲୀ ଅଞ୍ଚଳର ପ୍ରେମକାନ୍ତ ମହାନ୍ତି(୭୮) ଏବଂ ବାଲିପାଟଣା ଅଠାନ୍ତର ଅଞ୍ଚଳର ପ୍ରଭାତୀ ଦାସ। ଆହତମାନଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି। ଶରଧାବାଲିରେ ୩ ରଥ ଲାଗିବା ପରେ ଠାକୁରଙ୍କୁ ଦର୍ଶନ କରିବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲେ। ରାତି ସମୟରେ ଭିଡ଼ ବଢ଼ି ଚାଲିଥିଲା। ତେବେ ରାତି ପ୍ରାୟ ୧୨ଟା ୧୫ ବେଳକୁ ଠାକୁରଙ୍କ ପହୁଡ଼ ପଡ଼ିଯାଇଥିଲା, ଯାହା ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଶୀଘ୍ର ହୋଇଥିଲା। ଯାହାଫଳରେ ଦର୍ଶନ ପାଇଁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି କାରଣରୁ ଠେଲାପେଲା ହୋଇ ଦଳାଚକଟା ଘଟିଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking