17.1 C
Bhubaneswar
Tuesday, December 16, 2025
Homeଓଡିଶାପିସିସି ପକ୍ଷରୁ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ

ପିସିସି ପକ୍ଷରୁ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର:  ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଶ୍ରାଦ୍ଧ ଦିବସ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସ ନେତାଗଣ ଗୋପବନ୍ଧୁ ଛକରେ ଥିବା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ କଂଗ୍ରେସ ଭବନ ପରିସରରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଶିବାନନ୍ଦ ରାୟ, ସମୀର କୁମାର ରାଉତରାୟ, ସୁରେଶ କୁମାର ରାଉତରାୟ, ମନୋରଞ୍ଜନ ଦାଶ, ଚିନ୍ମୟ ପ୍ରସାଦ ବେହୁରା, ଅଭୟ ସାହୁ, ବାଙ୍କନିଧି ବେହେରା, ଅରବିନ୍ଦ ଦାସ, ମିହିର ଆଚାର୍ଯ୍ୟ, ବିଜୟ ଦ୍ୱିବେଦୀ, ନଜିବୁର ରହେମନ ଖାନ, ସୁଶାନ୍ତ ତ୍ରିପାଠୀ, ପ୍ରଭାସ କର ମହାପାତ୍ର, ଜ୍ୟୋତିଷ ସାହୁ, ଶାନ୍ତନୁ ସାହୁ, ସୁଧାଂଶୁ ମହାନ୍ତି, ହିମାଂଶୁ ଲେଙ୍କା, ସଂଜୟ ମିଶ୍ର, ବିଶ୍ୱରଞ୍ଜନ ଜେଠୀ, ଲିଙ୍ଗରାଜ ସାହୁ, ମନୋରଞ୍ଜନ ରାଉତରାୟ, ଧୃବଚରଣ ପରିଡ଼ା, ମନୋଜ ସାହୁ, ଆଲୋକ ମହାନ୍ତି, ରାଜକିଶୋର ବାରିକ, ଭାସ୍କର ସେଠୀ, ଲିପୁ ରାଉତ, ଶଶି ଭୁଷଣ ପଣ୍ଡା, ଚନ୍ଦ୍ରମଣି ମହାପାତ୍ର, ସୁଭାଷ ପ୍ରଧାନ, ତାପସ ସେଠୀ, ଖଗେଶ୍ୱର ମଲ୍ଲିକ, ସଂଜୟ ରାଉତ ପ୍ରମୁଖ ଉପସ୍ଥିତ ରହି ଗୋପବନ୍ଧୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking