ମେକ୍ସିକୋ ସିଟି: ଏକ ଧାର୍ମିକ ଉତ୍ସବ ସମୟରେ ଦୁର୍ବୃତ୍ତମାନେ ଗୁଳି ଚଳାଇବାରୁ ଏକ ଗଣ ଗୁଳିକାଣ୍ଡରେ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୦ରୁ ଅଧିକ ଆହତ ହୋଇଛନ୍ତି। ଏହି ଘଟଣା ମଙ୍ଗଳବାର ବିଳମ୍ବିତ (ସ୍ଥାନୀୟ ସମୟ) ମେକ୍ସିକୋର ଗୁଆନାଜୁଆଟୋର ଇରାପୁଆଟୋ ସହରରେ ଘଟିଛି। ସୂଚନା ଅନୁଯାୟୀ, ସେଣ୍ଟ ଜନ୍ ବାପ୍ଟିଷ୍ଟଙ୍କ ଜନ୍ମଦିନ ଉପଲକ୍ଷେ ଏକ ଧାର୍ମିକ ଉତ୍ସବ ଚାଲିଥିଲା। ଲୋକମାନେ ରାସ୍ତାରେ ନାଚୁଥିଲେ, ହଠାତ୍ ଗୁଳିଚାଳନା ହେଲା। ଘଟଣାସ୍ଥଳରେ ଅରାଜକତା ସୃଷ୍ଟି ହୋଇଥିଲା। ଲାଇଭ୍ ଷ୍ଟ୍ରିମିଂ ସମୟରେ ଘଟିଥିବା ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଇରାପୁଆଟୋର ଜଣେ ଅଧିକାରୀ ଏହି ଖବରକୁ ନିଶ୍ଚିତ କରି କହିଛନ୍ତି ଯେ ମୃତ୍ୟୁ ସଂଖ୍ୟା ୧୨ ରେ ପହଞ୍ଚିଛି ଏବଂ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି। ମେକ୍ସିକୋର ରାଷ୍ଟ୍ରପତି କ୍ଲାଉଡିଆ ସେନବାଉମ୍ ଏହି ଆକ୍ରମଣ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ଏବଂ ତଦନ୍ତ ଚାଲିଛି ବୋଲି ସୂଚନା ଦେଇଛନ୍ତି।










