କୋରାପୁଟ: ବ୍ରିଜ ତଳୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଅମିନଗୁଡା ଛକ ଚିପାଗାଡ ବ୍ରିଜ ତଳୁ ଉଦ୍ଧାର ହୋଇଛି ମୃତଦେହ । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନି, ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଚେଦ ପାଇଁ ପଠାଇଛି । ଏହି ମାମଲାର ତଦନ୍ତ ଆରମ୍ଭ କରିଛି ।










