19.1 C
Bhubaneswar
Sunday, February 15, 2026
Homeଓଡିଶାକଲେରା ଆକ୍ରାନ୍ତଙ୍କ ସଂଖ୍ୟା ୩୧କୁ ବୃଦ୍ଧି

କଲେରା ଆକ୍ରାନ୍ତଙ୍କ ସଂଖ୍ୟା ୩୧କୁ ବୃଦ୍ଧି

ଯାଜପୁର: ଯାଜପୁରରେ ଆଉ ଚାରି ଜଣ କଲେରା ରୋଗୀ ଚିହ୍ନଟ। ଜିଲ୍ଲାରେ କଲେରା ପଜିଟିଭ ସଂକ୍ରମିତଙ୍କ ସଂଖ୍ୟା ୩୧ କୁ ବୃଦ୍ଧି ହୋଇଛି। ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରୁ ମୋଟ ୨୦୮ଟି ମଳ ନମୂନା ପରୀକ୍ଷା ପାଇଁ ଭୁବନେଶ୍ୱର ଯାଇଥିଲା। ସେଥିମଧ୍ୟରୁ ୧୨୯ ଟି ନମୂନାର ପରୀକ୍ଷାରୁ ମୋଟ ୩୧ ପଜିଟିଭ ବାହାରିଥିବା ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ବିଜୟ କୁମାର ମିଶ୍ର। ଏବେବି ଜିଲ୍ଲାରେ ୧୫୪ଜଣ ସଂକ୍ରମିତ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।ଅନ୍ୟପକ୍ଷରେ ବିଭିନ୍ନ ଜଳଉତ୍ସ, ହୋଟେଲ, ଜଳଖିଆ ଦୋକାନ ଓ ପାଣି ପାଉଚ କମ୍ପାନୀରୁ ମଧ୍ୟ ୪୨ଗୋଟି ଜଳ ନମୁନା ପରୀକ୍ଷା ପାଇଁ ଯାଇଥିବା ବେଳେ ସେଥିମଧ୍ୟରୁ ୨୦ଗୋଟି ବିପଦପୂର୍ଣ ଥିବା ରିପୋର୍ଟ ଆସିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଲୋକ ମାନଙ୍କୁ ସଚେତନ କରାଯିବା ସହ ଫୁଟା ପାଣି ପିଇବା ପାଇଁ ପରାମର୍ଶ ଦିଆଯାଇଛି। ଜିଲ୍ଲାର ବିଭିନ୍ନ ହୋଟେଲ ଜଳଖିଆ ଦୋକାନ ମଧ୍ୟ ୭ଦିନ ହେବ ବନ୍ଦ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking