30 C
Bhubaneswar
Monday, June 8, 2026
Homeଦେଶ ବିଦେଶଇସ୍ରାଏଲ ଉପରେ ଅସନ୍ତୁଷ୍ଟ ଟ୍ରମ୍ପ

ଇସ୍ରାଏଲ ଉପରେ ଅସନ୍ତୁଷ୍ଟ ଟ୍ରମ୍ପ

ନୂଆଦିଲ୍ଲୀ: ଦୀର୍ଘ ୧୨ ଦିନର ଘମାଘୋଟ ଯୁଦ୍ଧ ପରେ ଇରାନ୍‌ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ହୋଇଛି । ଏହି ଯୁଦ୍ଧବିରତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରାଇଛନ୍ତି । ଯୁଦ୍ଧବିରତି ପରେ ମଧ୍ୟ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଜାରି ରହିଥିବା କୁହାଯାଉଛି । ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଟ୍ରମ୍ପ । ଇରାନ୍‌ ଉପରେ ଇସ୍ରାଏଲର ଆକ୍ରମଣକୁ ନାପସନ୍ଦ କରିବା ସହ ଏଥିରୁ ବିରତ ରହିବାକୁ ନେତାନ୍ୟାହୁଙ୍କୁ କହିଛନ୍ତି ଆମେରିକା ରାଷ୍ଟ୍ରପତି । କେବଳ ଇସ୍ରାଏଲ ନୁହେଁ ଇରାନ୍‌କୁ ମଧ୍ୟ ଯୁଦ୍ଧ ବନ୍ଦ କରିବାକୁ ସେ ଅପିଲ କରିଛନ୍ତି । ଯୁଦ୍ଧବିରିତ ପରେ ଉତ୍ତେଜନା ବଢ଼ାଇବାକୁ ନେଇ ସେ ଇସ୍ରାଏଲ ଏବଂ ଇରାନ ଉପରେ ଅସନ୍ତୋଷ ଝାଡ଼ିଛନ୍ତି । ନାଟୋ ସମ୍ମିଳନୀକୁ ଯିବାକୁ ପୂର୍ବରୁ ମଙ୍ଗଳବାର ଗଣମାଧ୍ୟମକୁ ଟ୍ରମ୍ପ କହିଛନ୍ତି, ସେ ଇସ୍ରାଏଲର କାର୍ଯ୍ୟକଳାପରେ ଖୁସି ନାହାନ୍ତି । ସମୟ ସୀମା ଶେଷ ହେବା ପରେ ମଧ୍ୟ ଇସ୍ରାଏଲ ଗୋଟିଏ କ୍ଷେପଣାସ୍ତ୍ର ମାଡ଼ କରିଛି ବୋଲି ଟ୍ରମ୍ପ ଦାବି କରିଛନ୍ତି । ଏହା ସହ ଇସ୍ରାଏଲକୁ ଶାନ୍ତ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

ଟ୍ରମ୍ପ କହିଛନ୍ତି ଯେ, ସେ ଦୁଇ ଦେଶ ଉପରେ ଅସନ୍ତୁଷ୍ଟ ଅଛନ୍ତି । କିନ୍ତୁ ଇସ୍ରାଏଲ ଉପରେ ସେ ଅଧିକ କ୍ଷୋଭ ପ୍ରକାଶ କରିଛନ୍ତି । ନିଜ ସୋସିଆଲ ମିଡିଆ ଟ୍ରୁଥ ସୋଶାଲରେ ଟ୍ରମ୍ପ ଲେଖିଛନ୍ତି, ‘ଇସ୍ରାଏଲ.. ବୋମାଗୁଡ଼ିକ ପକାଅ ନାହିଁ.. ଯଦି ଏପରି କରିବ ତେବେ ଏହା ଯୁଦ୍ଧବିରତିର ଉଲ୍ଲଂଘନ ହେବ ।’ ଇସ୍ରାଏଲ ଏବଂ ଇରାନ୍‌ ଯୁଦ୍ଧବିରତି ଉପରେ ସହମିତି ପ୍ରକାଶ କରିବା ପରେ ଟ୍ରମ୍ପଙ୍କ ଏହି ପ୍ରତିକ୍ରିୟା ଚିନ୍ତା ବଢ଼ାଇ ଦେଇଛି । ଯୁଦ୍ଧବିରତି ନେଇ ଘୋଷଣା କରିବା ସହ ଟ୍ରମ୍ପ ଲେଖିଥିଲେ, ‘ଦୁଇ ଦେଶ ଶାନ୍ତି ପାଇଁ ସହମତି ପ୍ରକାଶ କରିଛନ୍ତି । ଦୁଇ ଦେଶ ଶାନ୍ତି ପ୍ରତିଷ୍ଠା ପାଇଁ ମୋତେ ଯୋଗାଯୋଗ କରିଥିଲେ । ବିଶ୍ବ ଏବଂ ମଧ୍ୟପ୍ରାଚ୍ୟ ପ୍ରକୃତରେ ବିଜୟୀ । ଉଭୟ ଦେଶ ପ୍ରେମ, ଶାନ୍ତି ଏବଂ ସମୃଦ୍ଧି ପ୍ରତି ନିଜର ଭାବନା ବ୍ୟକ୍ତ କରିଛନ୍ତି। ’ ଏହା ସହ ସେ କହିଥିଲେ, ଇରାନର ସବୁ ପରମାଣୁ ଠିକଣା ଧ୍ବଂସ ହୋଇଛି ଏବଂ ଏହା ପୁଣି ଥରେ ନିର୍ମାଣ ହୋଇପାରିବ ନାହିଁ । ସେପଟେ ଟ୍ରମ୍ପଙ୍କ ଦ୍ବାରା ହୋଇଥିବା ଯୁଦ୍ଧବିରତିକୁ ସମର୍ଥନ କରୁଛୁ ବୋଲି ସ୍ପଷ୍ଟ କରିଥିଲା ଇସ୍ରାଏଲ । ଏପରିକି ତେହରାନ ଯୁଦ୍ଧବିରତି ଉଲ୍ଲଂଘନ କଲେ ଆମେ ଉଚିତ ଜବାବ ଦେବୁ ବୋଲି ଇସ୍ରାଏଲ ଚେତାବନୀ ଦେଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking