27.1 C
Bhubaneswar
Friday, March 27, 2026
Homeଓଡିଶାଗୋପାଳପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ  ଗଣଦୁଷ୍କର୍ମ ବିରୁଦ୍ଧରେ ଏଆଇଡିଏସ୍ଓର ବିକ୍ଷୋଭ

ଗୋପାଳପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ  ଗଣଦୁଷ୍କର୍ମ ବିରୁଦ୍ଧରେ ଏଆଇଡିଏସ୍ଓର ବିକ୍ଷୋଭ

ଭୁବନେଶ୍ୱର: ଗୋପାଳପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଛାତ୍ରୀ, ଶିଶୁ, ମହିଳାମାନଙ୍କ ଉପରେ ହେଉଥିବା କ୍ରମବର୍ଦ୍ଧିତ ଦୁଷ୍କର୍ମ, ଗଣଦୁଷ୍କର୍ମ ବିରୁଦ୍ଧରେ, ଦୋଷୀମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ତଥା ଛାତ୍ରୀ, ମହିଳାମାନଙ୍କ ନିରାପତ୍ତା ଓ ଅଶ୍ଳିଳତା, ଅପସଂସ୍କୃତି, ମଦମାଦକ ଦ୍ରବ୍ୟର ପ୍ରଚାର ପ୍ରସାର ବନ୍ଦ କରିବା ଦାବିରେ ଆଜି ମାଷ୍ଟର କ୍ୟାଣ୍ଟିନ ଠାରେ ଏଆଇଡିଏସ୍ଓ ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଏକ ବିକ୍ଷୋଭ ଅନୁଷ୍ଠିତ ହେବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।

ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ଏଆଇଡିଏସ୍ଓ ରାଜ୍ୟ ପରିଷଦର ସମ୍ପାଦକ ସିଦ୍ଧାର୍ଥ ରଥଙ୍କ ସଭାପତିତ୍ବରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏଆଇଡିଏସ୍ଓ ରାଜ୍ୟ ଉପସଭାପତି ନିରୁପମା ବେହେରା, ସୁନିଲ ଭୋଇ, ରାଜ୍ୟ ଅଫିସ ସମ୍ପାଦକ ନସିମ ସରକାର, କୋଷାଧ୍ୟକ୍ଷା ସପ୍ତର୍ଶିନୀ ରାଉଳଙ୍କ ସମେତ ପରମାନନ୍ଦ ସାହୁ, ପ୍ରଶାନ୍ତ ଦାସ, ସଂଯୁକ୍ତା ସାହୁ, ତରୁଣସେନ ନାୟକ, ଇଷା ଧର, ପ୍ରଭାତୀ ମଲ୍ଲିକ, ମଧୁସୂଦନ ବାଗ, ହରେକୃଷ୍ଣ ଦାସ, ନିମାଇଁ ଚରଣ ସାହୁ, ନାରାୟଣ ସାହୁ, ନାରାୟଣ ନାୟକ ଫୁଲଚାନ୍ଦ ଲୋହର ଆଦି ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ପ୍ରତିବାଦ ସଭାରେ ବକ୍ତବ୍ୟ ରଖିଥିଲେ । ସମସ୍ତ ବକ୍ତା ନିଜ ବକ୍ତବ୍ୟ ମାଧ୍ୟମରେ ରାଜ୍ୟରେ ଛାତ୍ରୀ, ଶିଶୁ, ମହିଳାମାନଙ୍କ ଉପରେ ବଢ଼ି ଚାଲିଥିବା ଦୁଷ୍କର୍ମ, ଗଣଦୁଷ୍କର୍ମର ଅପରାଧୀମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ସମେତ ଅଶ୍ଳିଳତା, ଅପସଂସ୍କୃତି, ମଦମାଦକ ଦ୍ରବ୍ୟର ପ୍ରଚାର ପ୍ରସାର ବନ୍ଦ କରିବା ପାଇଁ ଦୃଢ ଦାବି ଉପସ୍ଥାପନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking