ଭୁବନେଶ୍ୱର: ରାଜ୍ୟରେ ପ୍ରତିଷ୍ଠା ହେବ ୯ଟି ନୂଆ ମେଡିକାଲ କଲେଜ । ଏନେଇ ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଜଗତସିଂହପୁର, ଭଦ୍ରକ, ଢେଙ୍କାନାଳ, ନବରଙ୍ଗପୁରରେ ଏମବିବିଏସ କଲେଜ ହେବ । ବୁର୍ଲା , ବ୍ରହ୍ମପୁର, କେନ୍ଦୁଝର, ବଲାଙ୍ଗିରରେ ୪ଟି ଡେଣ୍ଟାଲ କଲେଜ ହେବ । ମୟୁରଭଞ୍ଜରେ ଗୋଟିଏ ଆୟୁର୍ୱେଦ କଲେଜ କରାଯିବ । ଏନେଇ ବଜେଡ ଅନୁମୋଦନ ମିଳିଛି ।










