ଯାଜପୁର: ଦଶରଥପୁର ଥାନା ଅଞ୍ଚଳରେ ଜଣେ ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ ଘଟଣାରେ ଦଶରଥପୁର ଥାନା ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁଁ ମଙ୍ଗଳପୁର ଆଇଆଇସି ଜଗଦୀଶ କରଙ୍କ ନେତୃତ୍ୱରେ ଅଭିଯୁକ୍ତଙ୍କ ଘରେ ବିଳମ୍ବିତ ରାତିରେ ଚଢାଉ କରାଯାଇଥିଲା । ଏହାପରେ ଅଭିଯୁକ୍ତ ଅନୀଲ ଜେନା ଭୟଭୀତ ହୋଇ କନିଆର ଫଳ ଖାଇଦେଇଥିଲେ । ତେବେ ପୁଲିସ ଅନିଲକୁ ଗିରଫ କରିବା ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଅନ୍ୟ ଜଣେ ଅଭିଯୁକ୍ତ ନୀତେଶ ଜେନା ଏବେ ବି ଫେରାର ଅଛନ୍ତି ।










