20.1 C
Bhubaneswar
Saturday, December 6, 2025
Homeଓଡିଶାବିଦ୍ୟୁତ ଆଘାତରେ ଦନ୍ତା ହାତୀର ମୃତ୍ୟୁ

ବିଦ୍ୟୁତ ଆଘାତରେ ଦନ୍ତା ହାତୀର ମୃତ୍ୟୁ

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟ  ଅସୁରକ୍ଷିତ  ହୋଇପଡିଛି ।  ସାତକୋଶିଆ ଅଭୟାରଣ୍ୟ  ପାମ୍ପସର ବନାଞ୍ଚଳ  କୁଲାଙ୍ଗୀ ଗାଁରେ  ବିଦ୍ୟୁତ ଆଘାତରେ  ଆଜି ଗୋଟିଏ ଦନ୍ତାହାତୀର ମୃତ୍ୟୁ ହୋଇଛି ।   ଚାଷ ଜମି ପାଶ୍ୱର୍ରେ  ଗତକାଲି ରାତିରେ  ବିଦ୍ୟୁତ ତାର ବିଛା ଯାଇଥିବା  ବେଳେ  ତାର ସଂସ୍ପର୍ଶରେ ଆସି ହାତୀଟି ଟଳିପଡିଥିଲା ।   ଆଜି ଘଟମା ସାମ୍ନାକୁ ।ସିବା ପରେ   ବନ କର୍ମଚାରୀଙ୍କ ସହିତ  ସାତକୋଶିଆ ଡିଏଫଓ ସରୋଜ କୁମାର ପଣ୍ଡା  ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ କରୁଛନ୍ତି । ସୂଚନା ଯୋଗ୍ୟ ଗତ ୧୩ ତାରିଖରେ  ଟିକରପଡା  ବନାଞ୍ଚଳ ବେହେରା ସାହି ନିକଟରେ  ଦନ୍ତା ହାତୀର ମୃତ୍ୟୁ ହୋଇଥିଲା ।  ସେହିପରି ଗତ ମାର୍ଚ୍ଚ ମାସ ୨୩ ତାରିଖରେ   ଏକ ପାମ୍ପସର ବନାଞ୍ଚଳ  ଏକ ଦନ୍ତା ମାରିଥିଲେ ।   ଅନ୍ୟ ପକ୍ଷରେ ବିଦ୍ୟୁତ କରେଣ୍ଟ  ଦେଇ  ହାତୀ ମାରିଥିବା ଅଭିଯୋଗରେ ବନ ବିଭାଗ ଆଜି କୁଲାଙ୍ଗ ଗାଁର ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking