15.1 C
Bhubaneswar
Thursday, December 18, 2025
Homeଓଡିଶାନିଜ ଅପହରଣର ନାଟକ ରଚିଥିଲେ ବିଟେକ୍ ଛାତ୍ର

ନିଜ ଅପହରଣର ନାଟକ ରଚିଥିଲେ ବିଟେକ୍ ଛାତ୍ର

କଟକ: କଟକରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଚାଉଳିଆଗଞ୍ଜ ଅଞ୍ଚଳରେ ଜଣେ ବିଟେକ୍ ଛାତ୍ର ନିଜର ଅପହରଣ ଯୋଜନା ରଚିଥିଲେ। ତେବେ ପୁଲିସ ଅପହରଣ ନାଟକର ପର୍ଦ୍ଦାଫାସ୍ କରିଥିବା କଟକ ଡିସିପି ଋଷିକେଶ ଖିଲାର ସୂଚନା ଦେଇଛନ୍ତି ଯେ, ଘରୁ ନିଖୋଜ ହୋଇ ବିଟେକ୍ ଛାତ୍ର ନିଜର ଅପହରଣ ଯୋଜନା କରିଥିଲେ। ପୁଲିସ ଡେପୁଟି କମିସନର କହିଛନ୍ତି ଯେ, ପୁଲିସ ତଦନ୍ତରୁ ଜାଣିପାରିଛି, କ୍ରିପ୍ଟୋ କରେନ୍ସିରେ କ୍ଷତି ହେବା ପରେ, ଛାତ୍ର ଜଣକ ତାଙ୍କ ପରିବାର ସଦସ୍ୟଙ୍କ ଠାରୁ କ୍ଷତି ଭରଣା କରିବା ପାଇଁ ଟଙ୍କା ଆଦାୟ କରିବାକୁ ଯୋଜନା କରିଥିଲେ।

ସୂଚନା ଅନୁଯାୟୀ, ଛାତ୍ର ଜଣକ ତାଙ୍କର କିଛି ବନ୍ଧୁଙ୍କ ସହିତ ମିଶି ତାଙ୍କ ପରିବାର ସଦସ୍ୟଙ୍କଠାରୁ ୫୦ ହଜାର ଟଙ୍କା  ମାଗିଥିଲେ। ନହେଲେ ଅପହରଣ କରାଯାଇଥିବା ପୁଅଙ୍କୁ ମୁକ୍ତ କରାଯିବ ନାହିଁ ବୋଲି ପରିବାର ସଦସ୍ୟଙ୍କୁ ଧମକ ଦଦିଆଯାଇଥିଲା। ପରିବାର ସଦସ୍ୟମାନେ ଭୟଭୀତ ହୋଇ ପୁଲିସକୁ ଖବର ଦେଇଥିଲେ। ଯୁବକଙ୍କ ଭଉଣୀ ଜୁନ୍ ୨୦ ତାରିଖରେ ଏନେଇ ଚାଉଳିଆଗଞ୍ଜ ପୁଲିସ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ବିଟେକ୍ ଛାତ୍ରଙ୍କ ଫୋନ୍ ଟ୍ରାକ୍ କରିଥିଲା ​​ଏବଂ ତଦନ୍ତ ପରେ ତାଙ୍କୁ ପାଇଥିଲା । ଏହାପରେ ଅପହରଣ ପଛର ସମ୍ପୂର୍ଣ୍ଣ କାହାଣୀ ଜଣାପଡ଼ିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking