18.1 C
Bhubaneswar
Saturday, December 6, 2025
Homeଓଡିଶାକେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀଙ୍କ ପାଇଁ ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା

କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀଙ୍କ ପାଇଁ ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା

ଭୁବନେଶ୍ୱର : ରାଜ୍ୟର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଓ ସିଜିନାଲ ଷ୍ଟାଫଙ୍କ ପାଇଁ ମୁଖ୍ୟମନ୍ତ୍ରୀ କଲ୍ୟାଣ ପାଣ୍ଠିରେ ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟବସ୍ଥା କରିଥିବାରୁ ଆଜି ଭୁବନେଶ୍ୱର ରାଜ୍ୟ ଅତିଥି ଭବନଠାରେ ବିଭିନ୍ନ ଜିଲ୍ଲାରୁ ଶହ ଶହ ସଂଖ୍ୟାରେ ଆସିଥିବା ଓଡିଶା କେନ୍ଦୁପତ୍ର ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଧନ୍ୟବାଦ ଓ କୃତଜ୍ଞତା ପ୍ରକାଶ କରିଥିଲେ। ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ସଂଘର ସଦସ୍ୟମାନଙ୍କ ସହିତ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ରାଜ୍ୟର ୨୨ଟି ଜିଲ୍ଲାରେ ୧୯ଟି ଡିଭିଜନ ଅଧିନରେ ପ୍ରାୟ ୯ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନଜୀବିକାର ମାଧ୍ୟମ ହେଉଛି କେନ୍ଦୁପତ୍ର। ମୁଖ୍ୟମନ୍ତ୍ରୀ ନିକଟରେ ଦେବଗଡ ଗସ୍ତ ସମୟରେ ରାଜ୍ୟର କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଓ ସିଜିନାଲ ଷ୍ଟାଫଙ୍କ ପାଇଁ ୪୧ କୋଟି ୧୭ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ। ଏହି ସହାୟତାରେ ସେମାନଙ୍କ ପାଇଁ ଚପଲ, କେରି ବନ୍ଧା କପଡା, ଟୋପି, ମସାରି ଓ କମ୍ବଳ ବାବଦକୁ ଅର୍ଥ ରାଶି ରହିଛି। ରାଜ୍ୟର ୨୨ଟି ଜିଲ୍ଲାରୁ ଆସିଥିବା ସଂଘର ସଦସ୍ୟମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାର ଆପଣଙ୍କ ବିକାଶ ଓ କଲ୍ୟାଣ ପାଇଁ ତତ୍ପର ଅଛନ୍ତି। ନୂଆ ସରକାର ଗରିବ କଲ୍ୟାଣ ପାଇଁ ଅନେକ କାର୍ଯ୍ୟକ୍ରମ ଓ ଯୋଜନା କରିଛନ୍ତି। ଏ ସବୁ କାର୍ଯ୍ୟକ୍ରମରେ ସାମିଲ ହୋଇ ଏହାର ସୁଫଳ ପାଇବା ପାଇଁ ସେ ପରାମର୍ଶ ଦେଇଥିଲେ। ଏଥି ସହିତ ମହିଳା ସଦସ୍ୟାମାନଙ୍କୁ ଯୁଗାନ୍ତକାରୀ ସୁଭଦ୍ରା ସହାୟତା ରାଶିକୁ ବ୍ୟବସାୟରେ ସଠିକ୍ ଭାବେ ବିନିଯୋଗ କରି ଲକ୍ଷପତି ଦିଦି ହେବା ପାଇଁ ମୁଖ୍ୟମନ୍ତ୍ରୀ ଉତ୍ସାହିତ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking