30.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶନୋଟିସ୍ ପାଇବାର ୬୦ ଦିନରେ ଘର ଭାଙ୍ଗିବେ ମାଲିକ

ନୋଟିସ୍ ପାଇବାର ୬୦ ଦିନରେ ଘର ଭାଙ୍ଗିବେ ମାଲିକ

ନୂଆଦିଲ୍ଲୀ: ଏଣିକି ବିମାନ ବନ୍ଦର ନିକଟରେ ଥିବା ଘର ଓ ଗଛର କମିବ ଉଚ୍ଚତା । ନୋଟିସ୍ ପାଇବାର ୬୦ ଦିନରେ ଘର ଭାଙ୍ଗିବେ ମାଲିକ। ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନିୟମ ଅନୁଯାୟୀ,ବିମାନ ଚଳାଚଳରେ ବାଧା ସୃଷ୍ଟି କରୁଥିବା କୋଠା କିମ୍ବା ଗଛ ତୁରନ୍ତ ହଟାଯିବ। ନୋଟିସ୍‌ ପାଇବାର ୬୦ ଦିନ ମଧ୍ୟରେ ସେଗୁଡ଼ିକୁ ଭାଙ୍ଗିବା କିମ୍ବା ଉଚ୍ଚତା କମାଇବାକୁ ପଡ଼ିବ। ବ୍ୟବସ୍ଥା ଅନୁସାରେ ଘର ମାଲିକ କ୍ଷତିପୂରଣ ଆବେଦନ କରିପାରିବେ। ସମ୍ପୃକ୍ତ ମାଲିକଙ୍କୁ କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯିବ।

ନିର୍ଦ୍ଧାରିତ ସମୟସୀମା ଭିତରେ ଘର ଭାଙ୍ଗିବା ସହ ଗଛର ଉଚ୍ଚତା କମାଇବାକୁ ହେବ। ଯଦି କୌଣସି ମାମଲାରେ ଘର ମାଲିକ ନିର୍ଧାରିତ ସମୟରେ ଅବରୋଧ କରୁଥିବା ଘରକୁ ଭାଙ୍ଗିବା କିମ୍ବା ଗଛର ଉଚ୍ଚତା କମ କରିବାକୁ ବିଫଳ ହୁଅନ୍ତି। ତେବେ ସେ ନେଇ ଏରୋଡ୍ରମ ଅଧିକାରୀ ଜିଲ୍ଲାପାଳଙ୍କୁ ଜଣାଇବେ । ଜିଲ୍ଲାପାଳଙ୍କ ହସ୍ତକ୍ଷେପରେ ଘର ଭଙ୍ଗାଯିବ ବା ଗଛର ଉଚ୍ଚତା କମାଯିବ । ତେବେ ନିକଟରେ ଅହମ୍ମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣାରେ ୨୭୧ ଜଣ ପ୍ରାଣ ହରାଇବା ପରେ ସାଧାରଣ ସୁରକ୍ଷା ଦୃଷ୍ଟିରୁ ବିମାନ ଚଳାଚଳ ମନ୍ତ୍ରାଳୟ ସଜାଗ ହୋଇଛି । ଏହି ବିମାନ ଦୁର୍ଘଟଣା ହେବା ସମୟରେ ଏକ ମେଡିକାଲ ହଷ୍ଟେଲରେ ମାଡ ହୋଇଥିଲା । ଯେଉଁଥିରେ ଅନେକ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking