20.1 C
Bhubaneswar
Saturday, December 6, 2025
Homeଓଡିଶାଅଯୋଗ୍ୟ ମୁଖ୍ୟମନ୍ତ୍ରୀ ଅପରାଗ ସରକାର ସମ୍ବିଧାନ ସୁରକ୍ଷା ହେଲେ ଦେଶ ରକ୍ଷା

ଅଯୋଗ୍ୟ ମୁଖ୍ୟମନ୍ତ୍ରୀ ଅପରାଗ ସରକାର ସମ୍ବିଧାନ ସୁରକ୍ଷା ହେଲେ ଦେଶ ରକ୍ଷା

ଭୁବନେଶ୍ବର: ରାଜ୍ୟରେ ଶାସନ ଦିଗହରା ହେଉଥିବାବେଳେ ମିଥ୍ୟା ବିକାଶର ଡିଣ୍ଡିମ ପିଟୁଛନ୍ତି ମୋହନ ସରକାର । କେବଳ ରଙ୍ଗମାରି ଭେଳିକି ଦେଖାଇ ମିଛ କୁହା କୁଆ ଭଳି ଚାରିଆଡେ ରାଉରାଉ ଶବ୍ଦ ଶୁଭୁଛି । କଂଗ୍ରେସ ଯେଭଳି ସଂଗ୍ରାମ କରି ଦେଶକୁ ସ୍ୱାଧୀନତା ଆଣିଥିଲା ସେହିଭଳି ସମ୍ବିଧାନର ସୁରକ୍ଷା ପାଇଁ କଂଗ୍ରେସ ତା’ର ସଂଗ୍ରାମ ଜାରି ରଖୁବ । ଓଡ଼ିଶାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ସ୍ବାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ।

ନାରୀ ହିଂସା ସୀମା ପାର ହୋଇଥିବାବେଳେ ରାଜ୍ୟରେ ବିଜେପି ଶାସନ ଚଳାଇଥିବା ଅଯୋଗ୍ୟ ମୁଖ୍ୟମନ୍ତ୍ରୀ ଓ ଅପରାଗ ସରକାରଙ୍କ ଠାରୁ ବିକାଶ ଆଶାକରିବା ବୃଥା ବୋଲି କଂଗ୍ରେସର ବରିଷ୍ଠ ନେତା ତାରା ପ୍ରସାଦ ବାହିନିପତି କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । କଂଗ୍ରେସ ଭବନ ଠାରେ ସମ୍ବିଧାନ ବଞ୍ଚିଲେ ଦେଶ ବଞ୍ଚୁବ । ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି। ସମ୍ବିଧାନର ସୁରକ୍ଷା ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଏ.ଆଇ.ସି.ସି ଅଧ୍ଯକ୍ଷ ଶ୍ରୀ ମଲ୍ଲିକାର୍ଜୁନ ଖର୍ଗେ ଯେଉଁ ଡାକରା ଦେଇଛନ୍ତି ତାହା ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ କଂଗ୍ରେସ କର୍ମୀମାନେ ଏହାକୁ ଏକ ସଂଗ୍ରାମ ରୂପେ ଗଢ଼ି ତୋଳିବାକୁ ସଂକଳ୍ପ ନେଇଛନ୍ତି ବୋଲି ଶ୍ରୀ ବାହିନି ପତି କହିଛନ୍ତି । ରାଜ୍ୟରେ ଛାତ୍ରୀମାନେ କୁଆଁରୀ ମା’ ହେଉଥିବା ଏ ସରକାରର ଶାସନ ବ୍ୟବସ୍ଥାର ନଗ୍ନତାକୁ ପ୍ରମାଣିତ କରୁଛି। ରାଜ୍ୟରେ ବିଜେପି ଯେଉଁସବୁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି ସେଥୁରୁ ଗୋଟିଏ ହେଲେ ସଠିକ ଢ଼ଙ୍ଗରେ କାର୍ଯ୍ୟକାରୀ କଲେ ନାହିଁ । ଚାଷୀମାନେ ମଣ୍ଡିରେ ଧାନ ବିକ୍ରି କରି ନ ପାରି ହାଃ ହୁତାଶ ଭିତରେ ଜୀବନ ବିତାଉଛନ୍ତି । ମଣ୍ଡିରେ କଟନୀ ଛଟନୀ ନାମରେ ଚାଷୀମାନଙ୍କୁ ଶୋଷଣ କରାଯାଉଛି। ଯାଜପୁର ସମେତ ଉପକୂଳ ଜିଲ୍ଲାରେ ହଇଜା ହାଃ ହାଃ କାର ପରିସ୍ଥିତି ସୃଷ୍ଟି କରିଥିବାବେଳେ ସ୍ବାସ୍ଥ୍ୟ ବିଭାଗ ଲୋକଙ୍କୁ ଚିକିତ୍ସା ସେବା ଯୋଗାଇବାରେ ବିଫଳ ହୋଇଛି । ଏଭଳି କି ଭୁବନେଶ୍ୱରରେ ହଇଜାର ପଦଧ୍ଵନି ଶୁଭିଲାଣି। ସ୍ବାସ୍ଥ୍ୟ ବିଭାଗ ଠୋସ୍ ପଦକ୍ଷେପ ନେବାରେ ସକ୍ଷମ ନ ହେବାରୁ ହଇଜାରେ ଅନେକ ରୋଗୀ ଅକାଳରୁ ଜୀବନ ଗଲାଣି । ସମ୍ବିଧାନ ସଂଶୋଧନ ନାମରେ କେନ୍ଦ୍ରରେ ମୋଦୀ ସରକାର ଧ୍ୱଂସ କରି ଦେବାକୁ ବସିଛି । ଓଡ଼ିଶା ବିଧାନସଭାରୁ କଂଗ୍ରେସ ବିଧାୟକମାନଙ୍କୁ ଯେଭଳି ନିଲମ୍ବିତ କରାଯାଇ ତାହା ବିଧୂ ବ୍ୟବସ୍ଥାର ସଂପୂର୍ଣ ଉଲଘଂନ ହୋଇଥିଲା । ସମ୍ବିଧାନ ଓ ସାମ୍ବିଧାନିକ ବିବ୍ୟବସ୍ଥା ପ୍ରତି ମୋହନ ଓ ମୋଦୀ ସରକାରଙ୍କର ଆଦୌ ଆନ୍ତରିକତା ନାହିଁ ତାଙ୍କ କାର୍ଯ୍ୟ ଶୈଳୀରୁ ପ୍ରମାଣିତ ବୋଲି ବାହିନିପତି ଅଭିଯୋଗ କରିଛନ୍ତି । ସମ୍ବିଧାନ ଗାରିମା ଓ ଗୌରବ ସ୍ବାଭିମାନ ବଂଚାଇ ଲୋକଙ୍କୁ ସାମ୍ବିଧାନିକ ଅଧୂକାର ଭିତରେ ସହଜ ସୁନ୍ଦର ଜୀବନ ବଂଚାଇବାର ସୁଯୋଗ ଦେବାକୁ କଂଗ୍ରେସ ଯେଉଁ ଆନ୍ଦୋଳନ ଡାକରା ଦେଇଛି ତାହା ଦିଲ୍ଲୀରୁ ପଲ୍ଲି ପର୍ଯ୍ୟନ୍ତ ବ୍ୟାପକ ହେବ । ୧୧ ବର୍ଷ ଧରି ନରେନ୍ଦ୍ର ମୋଦୀ ସରକାର ଯେଭଳି ଗୋଟିକ ପରେ ଗୋଟିଏ ଜନ ବିରୋଧ ଓ ସମ୍ବିଧାନ ବିରୋଧ କାର୍ଯ୍ୟ କରୁଛନ୍ତି ତାହା ସହିବାର ସମସ୍ତ ସୀମା ପାର କରିଛି । ପହେଲ୍‌ଗାମରେ ଯେଉଁ ନର ହତ୍ୟା ହେଲା ୪ ଜଣ ଆତଙ୍କବାଦୀଙ୍କୁ ଧରିବାରେ ସରକାର ବିଫଳ ହୋଇଛି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଇସାରାରେ ଯୁଦ୍ଧ ବନ୍ଦ କରି ଭାରତ ବର୍ଷର ସ୍ବାଭିମାନଙ୍କୁ ମୋଦୀ ତଳେ ପକାଇଛନ୍ତି । ସମସ୍ତ ବିରୋଧ ଦଳ ସରକାରଙ୍କୁ ସହଯୋଗ କରିବେ ଓ ପହେଲଗାମ ହତ୍ୟାର ଉପଯୁକ୍ତ ଜବାବ ଦେବେ ବୋଲି ଆଶା କରିଥିଲେ । କିନ୍ତୁ କାହାକୁ ବିଶ୍ବାସକୁ ନ ନେଇ ଟ୍ରମ୍ପଙ୍କ କଥାରେ ଯୁଦ୍ଧ ବନ୍ଦ କରିଥିବାରୁ ଦେଶବାସୀ ଏହାର ଉପଯୁକ୍ତ ବିଚାର କରି ମୋଦୀ ସରକାର ମୁଖା ଖୋଲିବ ବୋଲି କଂଗ୍ରେସ ବିଶ୍ବାସ କରେ।

ବିଧାୟକଦଳ ଉପନେତା ଅଶୋକ ଦାସ କହିଥିଲେ ଯେ ସ୍ବାଧୀନତା ପରେ ଆମ ସମ୍ବିଧାନ ୧୯୫୦ ମସିହା ଜାନୁୟାରୀ ୨୬ ତାରିଖରୁ ଲାଗୁ ହୋଇଥିଲା । ଜନତାଙ୍କ ହିତକାରୀ ଭାବେ ବିବ୍ୟବସ୍ଥାରେ ଦେଶରେ ଶାସନ ଚାଲିବ ଓ ଲୋକ ଉପକୃତ ହେବେ । ବିଜେପି ସରକାର ଯେବେଠାରୁ ଆସିଛି ସେବେଠାରୁ ସମ୍ବିଧାନ ଖୁନ୍‌ଭିନ୍‌ କରି ବିଶୃଙ୍ଖଳା ସୃଷ୍ଟି କରିଛି । ତେଣୁ କଂଗ୍ରେସ ସମ୍ବିଧାନ ବଂଚାଅ ଦେଶ ବଂଚାଅ ଡାକରା ଦେଇ ଲୋକଙ୍କ ପାଖକୁ ଯାଉଛି । ବିଜେପିର ମନ୍ତ୍ରୀମାନେ ଜିଲ୍ଲାକୁ ଜିଲ୍ଲା ବୁଲି ମିଥ୍ୟା ପ୍ରଚାରରେ ମାତିଛନ୍ତି । ମିଥ୍ୟା ପ୍ରତିଶ୍ରୁତି ଦେଇ ଯେଭଳି ପ୍ରତାରଣା କରିଛନ୍ତି ସେହିବାର୍ତ୍ତା ଲୋକଙ୍କ ପାଖରେ ପହଂଚାଇବା ପାଇଁ କଂଗ୍ରେସ ସମ୍ବିଧାନ ବଂଚାଓ ଦେଶ ବଂଚାଅ କାର୍ଯ୍ୟକ୍ରମ ହାତକୁ ନେଇଛି ବୋଲି ଶ୍ରୀ ଦାସ କହିଛନ୍ତି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ଭିତରେ ଭୁବନେଶ୍ଵର ଜିଲ୍ଲା ସଭାପତି ବିଶ୍ଵଜିତ ଦାସ, ଜିଲ୍ଲା ପର୍ଯ୍ୟବେକ୍ଷକ ଜାନକୀ ବଲ୍ଲଭପଟ୍ଟନାୟକ, ସେବାଦଳ ଅଧ୍ଯକ୍ଷ ଶୁଭେନ୍ଦୁ ମହାନ୍ତି, ପିସିସି ସମ୍ପାଦକ ଶ୍ରୀଶ୍ରୀ ହରିଚନ୍ଦନ, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ମନୋରଞ୍ଜନ ଦାସ, କିଶୋର ଜେନା, ରଜନୀ ମହାନ୍ତି, ଅଶୋକ ଦାସ, ପ୍ରକାଶ ଜେନା, ପ୍ରଶାନ୍ତ ଚମ୍ପତି ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ଵଳିତ ଦାସଙ୍କ ଅଧ୍ଯକ୍ଷତାରେ ସମ୍ବିଧାନ ବଂଚାଅ ଓ ଦେଶ ବଂଚାଅ କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସୁବ୍ରତ ମହାପତ୍ର, ତରୁଣକାନ୍ତି ମିଶ୍ର, ଆଶିଷ ମଲ୍ଲିକ, ଅକ୍ଷୟ ଦାସ, ପ୍ରସନ୍ନ ନାୟକ, ସୂର୍ଯ୍ୟକାନ୍ତ ଜେନା, ପ୍ରଦୀପ ମହାପାତ୍ର, ରାକେଶ ମହାନ୍ତି, ନରୋତ୍ତମ ବେହେରା, ମନୋରଞ୍ଜନ ଜେନା, ନାରାୟଣ ଜେନା, ସଂଳିବ ପୁଜାପଣ୍ଡା, ଶ୍ରୀୟା ମହାନ୍ତି, ଦୀପକ ମହାପାତ୍ର, ବଳଦେବ ରଥ, ପ୍ରହ୍ମାନନ୍ଦ ସାହୁ, ଆଲୋକ ମହାନ୍ତି, ସୁରଜ ରାଉତ, ସୁଦିପ ସାମଲ, ପ୍ରଶାନ୍ତ ରାଉତ, ଯୋଗୀନାଥ ନାୟକ, ଜ୍ୟୋତି ମହାନ୍ତି, ଦେବବ୍ରତ ମହାନ୍ତି, ଦୀପକ ସାହୁ, ଦେଓ ପ୍ରସାଦ, ନାସିର ଖାନ୍, ଜ୍ୟୋତିଶ ସାହୁ, ସେକ୍ ତାକ୍ଟିମ୍, ପବିତ୍ର ଦାସ, ସେକ୍ କମର୍ ଅଲ୍ଲି, ଦେବାଶିଷ ଦାସ, ଦିପକ ଦିଗଲ, ମାନସ ସେଠୀ, ମାନସ ରାଉତ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରି ସୁଚନ୍ତିତ ମତାମତ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking