21.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶମହିଳାଙ୍କୁ ଚାପୁଡ଼ା ମାରିଲେ ରାପିଡୋ ଡ୍ରାଇଭର୍‌

ମହିଳାଙ୍କୁ ଚାପୁଡ଼ା ମାରିଲେ ରାପିଡୋ ଡ୍ରାଇଭର୍‌

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଜୟନଗର ଅଞ୍ଚଳରେ ଏକ ଫୁଟୱୟାର ସୋ’ରୁମ୍ ନିକଟରେ ଜଣେ ମହିଳାଙ୍କୁ ରାପିଡୋ ବାଇକ୍ ଡ୍ରାଇଭର ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଡ୍ରାଇଭର୍‌ ଜଣକ ଦ୍ରୁତ ଗତିରେ ଗାଡି ଚାଳନା କରୁଥିବାରୁ ମହିଳା ବିରୋଧ କରିଥିଲେ। ଏହି କଥାକୁ ନେଇ ଦୁହିଁଙ୍କ ମଧରେ ବଚଶା ହୋଇଥିଲା ଓ ରାପିଡୋ ଚାଳକ ଜଣକ ମହିଳାଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି।

ପୁଲିସ ସୂତ୍ର ଅନୁଯାୟୀ, ପ୍ରଥମେ ଦୁହେଁ ଯୁକ୍ତିତର୍କ ଲାଗିଥିଲେ। ପରେ ମୁହାଁମୁହିଁ ଏକ ଉଗ୍ର ଯୁକ୍ତିତର୍କରେ ପରିଣତ ହୋଇଥିଲା। ଏହି ସମୟରେ ଡ୍ରାଇଭର ମହିଳାଙ୍କୁ ଶାରୀରିକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପୀଡିତା ପ୍ରଥମେ କର୍ତ୍ତୃପକ୍ଷଙ୍କ ପାଖକୁ ଯିବାକୁ ସଂକୋଚ କରୁଥିଲେ, କିନ୍ତୁ ପୁଲିସ କହିଛି ଯେ ଶେଷରେ ସେ ଅଭିଯୋଗ ଦାଖଲ କରିବାକୁ ରାଜି ହୋଇଥିଲେ।

ସେହି ଘଟଣା ସମୟର ଭାଇରାଲ୍‌ ‌ହୋଇଥିବା ଭିଡିଓଟିକୁ ସମ୍ଭବତଃ ଜଣେ ପଥଚାରୀଙ୍କ ଦ୍ୱାରା ରେକର୍ଡ କରାଯାଇଛି। ସେଥିରେ ଦେଖାଯାଉଛି ଯେ ରାପିଡୋ ଡ୍ରାଇଭର ମହିଳାଙ୍କୁ ଖୁବ୍ ଜୋରରେ ଚାପୁଡ଼ା ମାରୁଛନ୍ତି ଯେ ସେ ତଳେ ପଡ଼ି ଯାଉଛନ୍ତି। ଅନେକ ଲୋକ ସେମାନଙ୍କୁ ଘେରି ରହିଥିବା ଏବଂ ଏହି ଦୃଶ୍ୟ ଦେଖୁଥିବାର ଦେଖାଯାଉଛି। ଘଟଣା ସହିତ ଜଡିତ ଏକ ଭିଡିଓ ଅନଲାଇନରେ ପ୍ରସାରିତ ହେବା ପରେ ଜୟନଗର ପୁଲିସ ଷ୍ଟେସନ ଏହି ଘଟଣାର ଏକ ବିସ୍ତୃତ ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking