21.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶଦୁର୍ଘଟଣା ପୂର୍ବରୁ କ୍ରୁ ମେମ୍ୱରଙ୍କ ଶେଷ କଲ, ଦିଦି ଆଜି ମୁଁ ଲଣ୍ଡନ ଯାଉଛି

ଦୁର୍ଘଟଣା ପୂର୍ବରୁ କ୍ରୁ ମେମ୍ୱରଙ୍କ ଶେଷ କଲ, ଦିଦି ଆଜି ମୁଁ ଲଣ୍ଡନ ଯାଉଛି

ଅହମଦାବାଦ: ଗତ ଗୁରୁବାର ଜୁନ ୧୨ ତାରିଖ ଅପରାହ୍ନରେ ଏୟାର ଇଣ୍ଡିଆ ବିମାନ ଏଆଇ ୧୭୧ ଅହମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବାର କିଛି ମିନିଟ୍ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।  ଗୁରୁବାର ସକାଳ ପ୍ରାୟ ୧୧:୩୦ ସମୟରେ ଏୟାର ଇଣ୍ଡିଆ ବିମାନର ଏୟାରହଷ୍ଟେସ ଥିବା ନଗାନ୍ଥୋଇ ଶର୍ମା ତାଙ୍କ ବଡ଼ ଭଉଣୀଙ୍କୁ ଫୋନ୍ କରି ଜଣାଇଥିଲେ ଯେ, ‘ଦିଦି ଆଜି ମୁଁ ଲଣ୍ଡନ ଯାଉଛି। ତେଣୁ କିଛିଦିନ ପାଇଁ ଯୋଗାଯୋଗ କରିପାରିବି ନାହିଁ। ଜୁନ୍ ୧୫ ତାରିଖରେ ଫେରିବି ବ୍ୟସ୍ତ ହେବ ନାହିଁ। ଫେରି‌ଲେ କଥା ହେବା।’

ନଗାନ୍ଥୋଇଙ୍କ ବାପା ନନ୍ଦେଶ କୁମାର ଶର୍ମା କହିଛନ୍ତି, ଯେତେବେଳେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ଖବର ଆସିଲା, ଆମେ ସ୍ପଷ୍ଟ ହୋଇଯାଇଥିଲୁ କି ଝିଅ ସେହି ବିମାନରେ ଯାତ୍ରା କରିଥିବ । କାରଣ କିଛି ସମୟ ପୂର୍ବରୁ ସେ ଲଣ୍ଡନ ଯାଉଥିବା କଥା ମୋ ବଡ଼ ଝିଅକୁ ଫୋନ କରି ଜଣାଇଥିଲା।  କିନ୍ତୁ ଏଯାବତ ଆମେ ଏୟାର ଇଣ୍ଡିଆରୁ କୌଣସି ସରକାରୀ ସୂଚନା ପାଇନାହୁଁ। ଆମେ କେବଳ ଗଣମାଧ୍ୟମ ଓ ସୋସିଆଲ ମିଡିଆରୁ ଏୟାରଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଖବର ଜାଣିବାକୁ ପାଇଛୁ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking