ଭୁବନେଶ୍ୱର: ଦିନକ ପରେ ନୂଆ ସରକାରଙ୍କ ବର୍ଷ ପୂର୍ତ୍ତି । ବର୍ଷକର ରିପୋର୍ଟ କାର୍ଡ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନୂଆ ଉପଲବ୍ଧି ନେଇ ମୁଖ୍ୟମନ୍ତ୍ରୀ ପ୍ରେସମିଟ କରିଛନ୍ତି । ମୋଦି ସରକାରଙ୍କ ୧୧ ବର୍ଷ ପୂର୍ତ୍ତିରୁ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କାଲି ମୋଦି ସରକାରଙ୍କ ୧୧ ବର୍ଷ , ୩ୟ ପାଳିରେ ପ୍ରଥମ ବର୍ଷ ପୂରିଛି । ୨୦୧୪ ମେ ୨୬ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏହା ଭାରତ ଇତିହାସରେ ସ୍ୱଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ମୋଦି ସରକାର ୧୧ ବର୍ଷ ଭିତରେ ଅନେକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଯାହା ବାରତରେ ଅନେକ ବୈପ୍ଲବିକ ପରିବର୍ତ୍ତନ ଆଣିବା ସମ୍ଭବ ହୋଇଛି । ଧାରା ୩୭୦ ଉଚ୍ଛେଦ କରି ଜମ୍ମୁ- କଶ୍ମୀରକୁ ଭାରତ ସହ ପୂଣ୍ଣ ଭାବେ ଯୋଡିଛନ୍ତି । ଟ୍ରିପଲ ତଲାକ, ଏକକ ଜିଏସଟି, ଏନଇପି, ଜନଧନ ଯୋଜନାର ସୁଫଳ ମିଳିଛି ।
ଆହୁରି କହିଛନ୍ତି, ବର୍ଷକର ସଫଳ ଯାତ୍ରାରେ ଲୋକଙ୍କ ଆଶା ପୂରଣ କରିଛୁ । ଯାହା ଆମ ସଂକଳ୍ପ ପତ୍ରରେ ସ୍ଥାନ ପାଇଥିଲା , ତାହା ପୂରଣ କରିଛୁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ମାର୍ଗ ଦର୍ଶନରେ ସବୁ କାଯ୍ୟ କରି ଚାଲିଛୁ । ଓଡିଶା ପ୍ରତି ପ୍ରଧାନମନ୍ତ୍ରୀଙ୍କ ଭଲ ପାଇବା ଆମକୁ ଚଳଚଞ୍ଚଳ କରିଛି । ଆସନ୍ତା ୨୦ ତାରିଖରେ ପୁଣି ଥରେ ପ୍ରଧାନମନ୍ତ୍ରୀ ଓଡିଶା ଆସିବେ । ଗତ ବର୍ଷ ଜୁନ ୧୨ ତାରିଖ ୪ଟି ପ୍ରମୁଖ ନିଷ୍ପତ୍ତି ନେଇଥିଲୁ । ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ସହ ସୁଭଦ୍ରା ଯୋଜନା ଲାଗୁ କରିଥିଲୁ । ସ୍ରୀମନ୍ଦିର ପାଇଁ ୫ ଶହ କୋଟିର କର୍ପସ ଫଣ୍ଡ ଗଠନ କରିଥିଲୁ । ଧାନ କ୍ୱିଣ୍ଟାଲ ପିଛା ୮ ଶହ ଟଙ୍କା ବୋନଓ ପ୍ରତିଶ୍ରୁତି ଦେଇ ପୂରଣ କଲୁ । ଏହା ଭିତରେ ଆମେ ପାଖାପାଖି ୧ ୭ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିଛୁ । ସମୃଦ୍ଧ କୃଷି ଯୋଜନାରେ ଆମେ ୩୭,୮୦୦ କୋଟିର ବଜେଟ କରିଛୁ । ଆଗରୁ କେବେ ସରକାର କୃଷି ପାଇଁ ଏତେ ବଜେଟ କରିନଥିଲେ । ରାଜ୍ୟର ଚାଷୀ ଆଜି ଅନେକ ମାତ୍ରାରେ ଉପକୃତ ହୋଇଛି । ଶିକ୍ଷା କ୍ଷେତ୍ରରେ ମଧ୍ୟ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଛୁ । ୫ଟି ଜରିଆରେ ସ୍କୁଲରେ ରଙ୍ଗମାରି ରୂପନ୍ତରୀକରଣ ଭ୍ରମ ସୃଷ୍ଟି କରାଯାଇଥିଲା । ମାତ୍ର ଆମ ସରକାର ଫିଡର ସ୍କୁଲ ବିନା ଏହା ସମ୍ଭବ ନୁହେଁ ବୁଝିଲୁ । ଶିଶୁ ବାଟିକା ଶୁଭାରମ୍ଭ ହୋଇଛି, ଆଗକୁ ଆଦର୍ଶ ବିଦ୍ୟାଳୟ ତିଆରି ହେବ । ନୂତନ ଶିକ୍ଷା ନୀତି ଲାଗୁ କରିବା ସହିତ ବୈପ୍ଳବିକ ପରିବର୍ତ୍ତନ ହେବ । ପିଲାଙ୍କୁ ସରକାରୀ ସ୍କୁଲକୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବୁ ।
ସୁଶାସନ ଦେବା, ଦୁର୍ନୀତି ବିରୋଧରେ ଲଢେଇ ଆରମ୍ଭ ହୋଇଛି । ସରକାରୀ କାଯ୍ୟକ୍ରମକୁ ଦୁର୍ନୀତିମୁକ୍ତ କରିବାକୁ ପ୍ରୟାସ ଜାରି ରହିଛି । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀମାନଙ୍କୁ ଭେଟିବା ପାଇଁ ପ୍ରତିବନ୍ଧକ ଦୂର ହୋଇଛି । ମୁଁ ନିଜେ ୩୦ ଜିଲ୍ଲାକୁ ଯାଇ ଲୋକଙ୍କୁ ଭେଟିଛି । ଭୁବନେଶ୍ୱର ବାହାରକୁ ଯାଇ ଲୋକଙ୍କ ଅଭିଯୋଗ ଶୁଣିଛୁ । ତେଣୁ ୨୪ ବର୍ଷ ଦରକାର ନାହିଁ, ୨୪ ମିନିଟରେ କରି ଦେଖାଇଛୁ । ଇଚ୍ଛାଶକ୍ତି ଥିଲେ କେହି ଆମକୁ ରୋକି ପାରିବେ ନାହିଁ । ବିଶେଶକରି ୪ଟି ବର୍ଗର ଉନ୍ନତି ପାଇଁ ନିରନ୍ତର କାଯ୍ୟ ଚାଲିଛି । ଗରିବ, ଅନ୍ନଦାତା, ଯୁବକ ଓ ମହିଳାଙ୍କନ୍ନ୍ତି ପାଇଁ ପ୍ରତିଶ୍ରୁତିବଦ୍ଧ । ୨୦୨୬ ଶେଷ ସୁଦ୍ଧା ୯୦ ପ୍ରତିଶତ ଲୋକଙ୍କୁ ପାଇପ ଜଳ ଯୋଗାଇ ଦେବୁ । ୫ ଲକ୍ଷ ଲୋକଙ୍କୁ ଅନ୍ତ୍ୟୋଦୟ ଘର ଦେବାକୁ ପ୍ରତିଶ୍ରୁତି ଦେଇଛୁ ।










