ଗଞ୍ଜାମ: ଜେଜେ ମାଆକୁ ପିଟିପିଟି ମାରିଦେଲା ନାତି । କୋଦଳା ଥାନା ନାଇକାଣିପଲ୍ଲୀରେ ଅଭାବନୀୟ ଘଟଣା ଘଟିଛି । ଘରେ କେହି ନଥିବା ଜେଜେ ମା’କୁ ହତ୍ୟା କରାଯାଇଛି । ପାରିବାରିକ କଳହକୁ ନେଇ ହତ୍ୟା କରିଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପଚରାଉଚରା କରୁଛି । ପରିବାର ଲୋକଙ୍କ ମନରେ ଶୋକର ଚାୟା ଖେଳିଯାଇଛି ।










