16.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶନିଟ୍‌-ପିଜି ପରୀକ୍ଷା ସ୍ଥଗିତ

ନିଟ୍‌-ପିଜି ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ମେଡିକାଲ କଲେଜ୍‌ରେ ଆଡମିସନ୍ ପାଇଁ ବାଧ୍ୟତାମୂଳକ ରହିଥିବା ‘ନିଟ୍‌-ପିଜି’ ପରୀକ୍ଷାକୁ ସ୍ଥଗିତ ରଖିଛି ନ୍ୟାସନାଲ ବୋର୍ଡ ଅଫ୍ ଏକଜାମିନେସନ୍ସ ଇନ୍ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌)। ପୂର୍ବରୁ ଏନ୍‌ବିଇଏମ୍‌ଏସ୍ ଚଳିତ ବର୍ଷ ଜୁନ୍‌-୧୫ରେ ନିଟ୍‌-ପିଜିର ପ୍ରଥମ ସିଫ୍ଟ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଧାର୍ଯ୍ୟ କରିଥିଲା। କିନ୍ତୁ ‘ଦୁଇଟି ସିଫ୍ଟରେ ନୁହେଁ ବରଂ ଗୋଟିଏ ସିଫ୍ଟରେ ପରୀକ୍ଷା’ କରିବାକୁ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଆସିବା ପରେ ଏନ୍‌ବିଇଏମ୍‌ଏସ୍ ପରୀକ୍ଷା ସ୍ଥଗିତ ରଖିବାକୁ ବାଧ୍ୟ ହୋଇଛି। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇ କହିଥିଲେ ଯେ, ଦୁଇଟି ସିଫ୍ଟରେ ପରୀକ୍ଷା କରାଯିବା ଦ୍ୱାରା ଏଥିରେ ସ୍ୱେଚ୍ଛାଚାରିତା ସମସ୍ୟା ଉତ୍ପନ୍ନ ହେବାର ଯଥେଷ୍ଟ ସମ୍ଭାବନା ରହୁଛି, ସୁତରାଂ ଗୋଟିଏ ସିଫ୍ଟରେ ପରୀକ୍ଷା କରାଯିବ। ଜୁନ୍ ୧୫ ପୂର୍ବରୁ ଏନେଇ ସମସ୍ତ ବ୍ୟବସ୍ଥା କରାଯିବା ଉଚିତ୍ ବୋଲି ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏତେ କମ୍ ସମୟ ମଧ୍ୟରେ ଗୋଟିଏ ସିଫ୍ଟରେ ନିଟ୍‌-ପିଜି ଭଳି ଯୋଗ୍ୟତାଭିତ୍ତିକ ପରୀକ୍ଷା ଆୟୋଜନ କରିବା ସମ୍ଭବ ନୁହେଁ ଦର୍ଶାଇ ଏନ୍‌ବିଇଏମ୍‌ଏସ୍ ଏବେ ନିଜ ଆଡୁ ପରୀକ୍ଷା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି।

ଏନ୍‌ବିଇଏମ୍‌ଏସ୍ ଦର୍ଶାଇଛି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରାଯିବ। ପରୀକ୍ଷା ସ୍ଥଗିତ ରଖିବା ନିଷ୍ପତ୍ତି ଲଜିଷ୍ଟିକ୍ ସଂଶୋଧନ, ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି କରିବା ଏବଂ ସମସ୍ତ ପ୍ରାର୍ଥୀଙ୍କୁ ଏକକାଳୀନ ସ୍ଥାନ ଦେବା ପାଇଁ ଭିତ୍ତିଭୂମି ବୃଦ୍ଧି କରିବା ଦୃଷ୍ଟିରୁ ନିଆଯାଇଛି। କର୍ତ୍ତୃପକ୍ଷ ଏନେଇ ଏକ ବିଜ୍ଞପ୍ତି ଜାରି କରି କହିଛନ୍ତି, “ନିଟ୍‌-ପିଜି ୨୦୨୫ ପରୀକ୍ଷା ପରିଚାଳନା ପାଇଁ ସଂଶୋଧିତ ତାରିଖ ଶୀଘ୍ର ସୂଚିତ କରାଯିବ। ନୂତନ ପରୀକ୍ଷା ସୂଚୀ ଏବଂ ଅତିରିକ୍ତ ନିର୍ଦ୍ଦେଶାବଳୀ ବିଷୟରେ ଅଧିକ ଅପଡେଟ୍ ପାଇଁ ପ୍ରାର୍ଥୀମାନଙ୍କୁ ନିୟମିତ ଭାବରେ ଏନ୍‌ବିଇଏମ୍‌ଏସ୍‌ର ସରକାରୀ ୱେବସାଇଟ୍ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking