23.1 C
Bhubaneswar
Monday, December 22, 2025
Homeଦେଶ ବିଦେଶଟ୍ରେନ ଉପରେ ଭୁଶୁଡି ପଡିଲା ପୋଲ: ୭ ମୃତ, ୭୦ ଆହତ

ଟ୍ରେନ ଉପରେ ଭୁଶୁଡି ପଡିଲା ପୋଲ: ୭ ମୃତ, ୭୦ ଆହତ

ରୁଷିଆ: ୟୁକ୍ରେନ ସୀମାନ୍ତବର୍ତ୍ତୀ ରୁଷିଆ ଏକ ଅଞ୍ଚଳରେ ପୋଲ ରେଳପଥ ଉପରେ ଭୁଶୁଡ଼ି ପଡ଼ିବା ଫଳରେ ଶନିବାର ବିଳମ୍ବିତ ରାତିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭୦ ଯାତ୍ରୀ ଆହତ ହୋଇଛନ୍ତି। ଟ୍ରେନଟି ୟୁକ୍ରେନ ସୀମାନ୍ତ କ୍ଲିମୋଭୋ ସହରରୁ ରାଜଧାନୀ ମସ୍କୋକୁ ଯାତ୍ରା କରୁଥିଲା। ପିଲଶିନୋ ଏବଂ ଭିଗୋନିଚି ଷ୍ଟେସନ ମଧ୍ୟରେ ରେଳଧାରଣା ଉପରେ ହଠାତ ଏକ ପୋଲ ଭୁଶୁଡ଼ି ପଡ଼ିବାରୁ ସେହି ରାସ୍ତାରେ ଯାଉଥିବା ଟ୍ରେନଟି ଲାଇନଚ୍ୟୁତ ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ବ୍ରାୟାନ୍‌ସ୍କ ପ୍ରଦେଶ ଗଭର୍ଣ୍ଣର ଆଲେକଜାଣ୍ଡର ବୋଗୋମାଜ ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଦେଇ କହିଛନ୍ତି ଯେ, ଏହି ଦୁର୍ଘଟଣାରେ ପ୍ରାୟ ୭୦ ଜଣ ଆହତ ହୋଇଛନ୍ତି। ୭ ଜଣଙ୍କ ଜୀବନ ହାନି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking