24.1 C
Bhubaneswar
Friday, February 6, 2026
Homeଓଡିଶାମାଢ଼ି ଯୋଗୁଁ ଖାଇବା ପିଇବା କଷ୍ଟ ହେଉଛି କି, କରନ୍ତୁ ଏହି ଉପାୟ ..

ମାଢ଼ି ଯୋଗୁଁ ଖାଇବା ପିଇବା କଷ୍ଟ ହେଉଛି କି, କରନ୍ତୁ ଏହି ଉପାୟ ..

ଭୁବନେଶ୍ୱର: ମାଢ଼ି ଫୁଲିବା ଏବଂ ଯନ୍ତ୍ରଣା ଏକ ସାଧାରଣ ସମସ୍ୟା, ଯାହା ପ୍ରାୟତଃ ଲୋକଙ୍କୁ ହଇରାଣ କରେ। କେତେବେଳେ ଫୁଲା ଏବଂ ଯନ୍ତ୍ରଣା ଏତେ ବଢ଼ିଯାଏ ଯେ ବ୍ୟକ୍ତି ପାଇଁ ଖାଇବା ପିଇବା କଷ୍ଟକର ହୋଇଯାଏ। ଏହା ବ୍ୟତୀତ, କେତେକ ସମୟରେ କଥା ହେବାରେ ମଧ୍ୟ ଅସୁବିଧା ହୁଏ । ଏବେ, ଯଦି ଆପଣ ମଧ୍ୟ ମାଢ଼ି ଫୁଲା ଏବଂ ଯନ୍ତ୍ରଣା ଯୋଗୁଁ କଷ୍ଟ ପାଉଛନ୍ତି ଏବଂ ଏଥିରୁ ମୁକ୍ତି ପାଇବା ପାଇଁ କରନ୍ତୁ ପ୍ରାକୃତିକ ଉପାୟ।  ମାଢ଼ି ସମସ୍ୟା ଦୂର କରିବା ପାଇଁ ଲୁଣ ପାଣିରେ କୁଳି କରିବାକୁ ପରାମର୍ଶ ଦିଅନ୍ତି। ଲୁଣରେ ପ୍ରାକୃତିକ ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ଅଛି, ଯାହା ମୁହଁରେ ଥିବା ଜୀବାଣୁକୁ ଦୂର କରେ ଏବଂ ପ୍ରଦାହ କମ କରେ। ଏଥିପାଇଁ, ଗୋଟିଏ ଗ୍ଲାସ୍ ଉଷୁମ ପାଣିରେ ଅଧ ଚାମଚ ଲୁଣ ମିଶାଇ ଦିନକୁ ଦୁଇରୁ ତିନିଥର ଏହାକୁ କୁଳି କରନ୍ତୁ। ଏହି ପଦ୍ଧତି ମାଢ଼ି ସଫା କରିବାରେ ଏବଂ ଯନ୍ତ୍ରଣାରୁ ମୁକ୍ତି ଦେବାରେ ସାହାଯ୍ୟ କରିବ। ଦାନ୍ତ ଏବଂ ମାଢ଼ି ସମସ୍ୟା ପାଇଁ ଶତାବ୍ଦୀ ଶତାବ୍ଦୀ ଧରି ଲବଙ୍ଗ ତେଲ ବ୍ୟବହାର ହୋଇଆସୁଛି। ଏଥିରେ ୟୁଜେନୋଲ୍ ନାମକ ଏକ ଉପାଦାନ ଅଛି, ଯାହା ଏକ ପ୍ରାକୃତିକ ଆଣ୍ଟିସେପ୍ଟିକ୍ ଏବଂ ଯନ୍ତ୍ରଣା ନିବାରକ। ଏଥିପାଇଁ ତୁଳାରେ ଅଳ୍ପ ଲବଙ୍ଗ ତେଲ ନେଇ ପ୍ରଭାବିତ ସ୍ଥାନରେ ଧୀରେ ଧୀରେ ମାଲିସ କରନ୍ତୁ। ଡାକ୍ତର ଜୈଦି କୁହନ୍ତି ଯେ ଏହା କରିବା ଦ୍ୱାରା ଆପଣଙ୍କୁ ତୁରନ୍ତ ଆରାମ ମିଳିବ। ହଳଦୀରେ ପ୍ରଦାହ-ବିରୋଧୀ ଗୁଣ ଅଛି, ଯାହା ମାଢ଼ିରେ ଯନ୍ତ୍ରଣା ଏବଂ ଫୁଲାରୁ ମୁକ୍ତି ଦିଏ। କିଛି ବୁନ୍ଦା ପାଣି କିମ୍ବା ନଡ଼ିଆ ତେଲ ସହିତ ଚିମୁଟାଏ ହଳଦୀ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ ଏବଂ ଏହାକୁ ମାଢ଼ିରେ ଲଗାନ୍ତୁ। ୧୦ ମିନିଟ୍ ପରେ ଧୋଇ ଦିଅନ୍ତୁ। ଏହି ପଦ୍ଧତି କେବଳ ଫୁଲା କମ କରେ ନାହିଁ ବରଂ ସଂକ୍ରମଣରୁ ମଧ୍ୟ ରକ୍ଷା କରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking