21.1 C
Bhubaneswar
Friday, February 6, 2026
Homeଓଡିଶାବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

ଗଜପତି: ଶିଳ୍ପ ବିହୀନ ଗଜପତି ଜିଲାରେ ଲୋକେ ନିଜ ନିଜ ଅଞ୍ଚଳରେ କାମଧନ୍ଦା ନ ପାଇ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଆଉଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ବୁଧବାର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଶ୍ରମିକ ଜଣେ ହେଲେ ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ ସେରଙ୍ଗ ଖ୍ରୀଷ୍ଟିଆନ ସାହିର ସୁମେଶ ଚନ୍ଦ୍ର ଲିମ୍ମା (୪୦)। କିଛି ବର୍ଷ ତଳେ ସୁମେଶ ପରିବାର ପରିପୋଷଣ ପାଇଁ ହାଇଦ୍ରାବାଦ ସହରର ଏକ ଘରୋଇ କମ୍ପାନୀରେ ମିସ୍ତ୍ରୀ ଭାବେ କାମ କରୁଥିଲେ। ସୁମେଶ ବୁଧବାର ସକାଳ ସାଢ଼େ ଛଟା ବେଳେ ନିତ୍ୟକର୍ମ ସାରି ଓଦା ଗାମୁଛା ଶୁଖାଇବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଜାଣିବା ପରେ ପଡ଼ୋଶୀ ଘର ଲୋକେ ପୋଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜାଣିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ ସେଠାରେ ରହୁଥିବା ଶ୍ରମିକ ମାନେ। ସୁମେଶଙ୍କ ମୃତ୍ୟ ଖବର ଜାଣିବା ପରେ ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking