32.1 C
Bhubaneswar
Thursday, May 14, 2026
Homeଦେଶ ବିଦେଶମୋଟା ଅର୍ଥ ଲୋଭରେ ପାକିସ୍ତାନ ପାଇଁ ସାଜିଥିଲେ ସ୍ପାଏ

ମୋଟା ଅର୍ଥ ଲୋଭରେ ପାକିସ୍ତାନ ପାଇଁ ସାଜିଥିଲେ ସ୍ପାଏ

ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଗୁପ୍ତଚରୀ କରିବା ଅଭିଯୋଗରେ ଏବେ ମୋତି ରାମ ଜାଟ୍ ନାମକ ଆଉ ଜଣେ ଭାରତୀୟ ସିଆରପିଏଫ୍ ଯବାନ୍ ଗିରଫ ହୋଇଛନ୍ତି । ରିପୋର୍ଟ ଅନୁସାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଦିଲ୍ଲୀରୁ ଏହି ସିଆରପିଏଫ୍ ଯବାନଙ୍କୁ ଗିରଫ କରିଛି । ସେ ଦେଶ ସହ ଜଡିତ ଅନେକ ସମ୍ବେଦନଶୀଳ ସୂଚନା ପାକିସ୍ତାନକୁ ପଠାଉଥିବା ନେଇ ପ୍ରମାଣ ମିଳିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପଟିଆଲା କୋର୍ଟ ମୋତିରାମ୍‌ଙ୍କୁ ୬ ଦିନିଆ ଏନ୍‌ଆଇଏ କଷ୍ଟଡିକୁ ପଠାଇଦେଇଛନ୍ତି । ଅନ୍ୟପକ୍ଷେ ଗିରଫ ହେବା ପରେ, ସିଆରପିଏଫ୍ ନିୟମ ଅନୁଯାୟୀ ମୋତି ରାମ୍‌ଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।

ଅଭିଯୁକ୍ତ ଯବାନ୍ ମୋତିରାମ୍ ପାକିସ୍ତାନରେ ବସିଥିବା ତାଙ୍କ ହ୍ୟାଣ୍ଡଲରମାନଙ୍କୁ ଅନେକ ସମ୍ବେଦନଶୀଳ ସୂଚନା ପଠାଇଥିଲେ । ତେବେ ଏସମ୍ପର୍କରେ ସୂଚନା ମିଳିବା ପରେ ପରେ ଏନ୍‌ଆଇଏ ତାଙ୍କୁ ଗିରଫ କରିବା ସହ ଏବେ ଜେରା କରିବା ଆରମ୍ଭ କରିଛି । ଏହି ସମୟରେ ସେ ସୋସିଆଲ ମିଡିଆ ମାଧ୍ୟମରେ ଜଣେ ପାକିସ୍ତାନୀ ଗୁପ୍ତଚର ଅଧିକାରୀଙ୍କ ସମ୍ପର୍କରେ ଆସିଥିବା ଏବଂ ମୋଟା ଅଙ୍କର ଟଙ୍କା ରୋଜଗାର କରିବାର ଲୋଭରେ ପଡ଼ି ସେ ସୋସିଆଲ ମିଡିଆ ମାଧ୍ୟମରେ ଦେଶ ସହ ଜଡିତ ଗୁପ୍ତ ସୂଚନା ପଠାଇବା ଆରମ୍ଭ କରିଥିଲେ ବୋଲି ସ୍ୱୀକାର ମଧ୍ୟ କରିଥିବା ଏନ୍‌ଆଇଏ କହିଛି । ଏକ ପାକିସ୍ତାନ ବ୍ୟାଙ୍କ୍ ଆକାଉଣ୍ଟରୁ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ୨୦ ଲକ୍ଷ ଟଙ୍କା ଆସିଥିବା ନେଇ ମଧ୍ୟ ଏନ୍‌ଆଇ ପ୍ରମାଣ ସଂଗ୍ରହ କରିଛି ।

ପ୍ରକାଶ, ଅପରେଶନ ସିନ୍ଦୂର ପରେ ଭାରତରେ ଅନେକ ଗୁପ୍ତଚର ଧରାପଡ଼ିଛନ୍ତି । ଏଥିରେ ସବୁଠାରୁ ଲୋକପ୍ରିୟ ନାମ ହେଉଛି ଜ୍ୟୋତି ମାଲହୋତ୍ରା । ଭାରତୀୟ ୟୁଟ୍ୟୁବର ଜ୍ୟୋତିଙ୍କ ଉପରେ ପାକିସ୍ତାନକୁ ଗୁପ୍ତଚର ସୂଚନା ପଠାଉଥିବା ନେଇ ପ୍ରମାଣ ମିଳିବା ପରେ ତାଙ୍କୁ ଏବେ ନ୍ୟାୟିକ ହେପାଜତ୍‌ରେ ରଖି ଜେରା କରାଯାଉଛି । ସେ ଭାରତରେ ଥିବା ଜଣେ ପୂର୍ବତନ ପାକିସ୍ତାନ ହାଇକମିଶନ ମାଧ୍ୟମରେ ପାକିସ୍ତାନୀ ଗୁଇନ୍ଦା ଅଧିକାରୀଙ୍କ ସହ ସମ୍ପର୍କରେ ଆସିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking