26.1 C
Bhubaneswar
Friday, March 27, 2026
Homeଦେଶ ବିଦେଶ୧୮ ମାଓବାଦୀଙ୍କ ଆତ୍ମସମର୍ପଣ

୧୮ ମାଓବାଦୀଙ୍କ ଆତ୍ମସମର୍ପଣ

ରାୟପୁର:  ୧୮ ମାଓବାଦୀ କଲେ ଆତ୍ମ ସମର୍ପଣ ।  ସୁକୁମା ପୁଲିସ ନିକଟରେ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୪ ଜଣ  ପିଏଲଜିଏ ସଦସ୍ୟ । ୨ କ୍ୟାଡରଙ୍କ ନାଁରେ ୮ ଲକ୍ଷ ଲେଖାଏ ପୁରସ୍କାର ଥିଲା । ସୂଚନା ଥାଉ କି ଜଣେ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।  ଆତ୍ମସମର୍ପଣ କରିଥିବା ମାଓବାଦୀ ହେଲେ ବିଜୟ ପୁନେମ । ଏହି ମାଓବାଦୀକୁ ଧରାଇଦେବାକୁ  ୪ ଲକ୍ଷର ପୁରସ୍କାର ଘୋଷଣା ହୋଇଥିଲା । ରାୟଗଡା ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ବିଜୟ ପୁନେମ।   ବିଜୟ ପୁନେମଙ୍କ ନାଁରେ  ଅଧିକ ମାମଲା ରହିଛି । ବିଜୟ ପୁନେମ ୨୦୦୯ ମସିହାରେ ସିପିଆଇ ସଂଗଠନରେ ଯୋଗ ଦେଇଥିଲେ ଏବଂ ତାଙ୍କର ପ୍ରାଥମିକ ତାଲିମ ସମାପ୍ତ ହେବା ପରେ ସେ ମୋଡେମ ବାଳକୃଷ୍ଣ ମନୋଜ, ସିସିଏମଙ୍କ ସହିତ   ସୁରକ୍ଷା ଦଳରେ ସାମିଲ ହୋଇଥିଲେ। ୨୦୧୪ ମସିହାରେ ତାଙ୍କୁ ଏସିଏମ ପଦବୀକୁ ପଦୋନ୍ନତି ଦିଆଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking