22.1 C
Bhubaneswar
Friday, February 6, 2026
Homeଓଡିଶା୩ ବାଇକ ମୁହାଁମୁହିଁ: ୨ ମୃତ, ୩ ଗୁରୁତର

୩ ବାଇକ ମୁହାଁମୁହିଁ: ୨ ମୃତ, ୩ ଗୁରୁତର

ସୋରଡା: ଭଞ୍ଜନଗର: ପୁଣି ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ଜଣଙ୍କ ଜୀବନ। ଆଜି ସୋରଡ଼ା ଥାନା ଲାଠିପଦା ଗାଁରେ ସିରିଜ ଦୁର୍ଘଟଣାରେ ୨ଜଣଙ୍କ ଜୀବନ ଯାଇଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ସୋରଡ଼ା ଥାନା ଅନ୍ତର୍ଗତ ଲାଠିପଦା ଗାଁରେ ୩ଟି ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ୫ଜଣ ବାଇକ ଆରୋହୀ ଛିଟିକି ପଡ଼ି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ସମସ୍ତଙ୍କୁ ଉଦ୍ଧାର ପରେ ଚିକିତ୍ସା ପାଇଁ ମେଡ଼ିକାଲ ପଠାଇଥିଲା। ଜଣେ ସୋରଡ଼ା ମେଡ଼ିକାଲରେ ଏବଂ ଆଉ ଜଣଙ୍କ ମୃତ୍ୟୁ ଭଞ୍ଜନଗର ମେଡ଼ିକାଲରେ ହୋଇଛି। ଦୁର୍ଘଟଣାରେ ୩ ଗୁରୁତରଙ୍କୁ ଚିକିତ୍ସା ପାଇଁ ସୋରଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ପୁଲିସ ଏହି ଘଟଣାରେ ଏକ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking