17.1 C
Bhubaneswar
Wednesday, February 11, 2026
Homeଓଡିଶାନାବାଳିକା ଝିଅଙ୍କୁ ଅପହରଣ କରି ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ନାବାଳିକା ଝିଅଙ୍କୁ ଅପହରଣ କରି ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ଯାଜପୁର: ନାବାଳିକା ଝିଅଙ୍କୁ ଅପହରଣ କରି ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସ୍ବତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ । ୨୦୧୬ ମସିହା ଯାଜପୁର ଜିଲ୍ଲା କୋରେଇ ଥାନା ଅଞ୍ଚଳର ୧୭ ବର୍ଷୀୟ ଗର୍ଭବତୀ ନାବାଳିକା ଝିଅକୁ ଅପହରଣ କରି ଦୁଷ୍କର୍ମ କରି ହତ୍ୟା କରିଥିଲା ଅଭିଯୁକ୍ତ ନବ କିଶୋର ମାଝୀ । ଏଥି ସହ ପ୍ରମାଣ ନଷ୍ଟ କରିବାକୁ ମୃତ ଶରୀର କୁ ଏକ ସ୍କୁଲର ପାଇଖାନା ସେଫଟି ଟ୍ୟାଙ୍କରେ ପକାଇଥିଲେ ଅଭିଯୁକ୍ତ । ବିଦ୍ୟାଳୟ କତ୍ତୃପକ୍ଷ ସେଫଟି ଟ୍ୟାଙ୍କ ନିକଟରେ ରକ୍ତ ଛିଟା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ମୃତ ଶରୀର ଉଦ୍ଧାର କରିବା ପରେ ପିଡିତାଙ୍କ ମାମୁ ମୃତଦେହ କୁ ଚିହ୍ନଟ କରିଥିଲେ। ଏନେଇ ପିଡିତାଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗ କୁ ଭିତ୍ତି କରି ପୋଲିସ ବହୁ ଖୋଜାଖୋଜି ପରେ ଅଭିଯୁକ୍ତ ନବ କିଶୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଆଜି ଏହି ମାମଲା ର ଶୁଣାଣି କରିଛନ୍ତି ଆଡ଼ହକ ପୋକ୍ସୋ ଅଦାଲତ । ୪୦ ଜଣଙ୍କ ସାକ୍ଷ ପ୍ରମାଣକୁ ଗ୍ରହଣ କରି ଅଭିଯୁକ୍ତ ନବ କିଶୋର ଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି । ଏଥି ସହିତ ଅନାଦୟ ୬ ମାସ ଅଧିକ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଆଡ଼ହକ ପୋକ୍ସୋ ବିଚାରପତି ବିଜୟ କୁମାର ଜେନା । ଏହି ମାମଲା କୁ ସରକାରୀ ଓକିଲ ରାଜେନ୍ଦ୍ର ପ୍ରସାଦ ନାୟକ ପରିଚାଳନା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking