31 C
Bhubaneswar
Saturday, June 6, 2026
Homeଓଡିଶାବ୍ରିଜ ଉପରୁ ଡେଇଁ ଆତ୍ମହତ୍ୟା କଲେ ଯୁବକ

ବ୍ରିଜ ଉପରୁ ଡେଇଁ ଆତ୍ମହତ୍ୟା କଲେ ଯୁବକ

କେନ୍ଦୁଝର: କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟ ବୈତରଣୀ ନଦୀ ବ୍ରିଜ୍‌ ଉପରୁ ୪୦ଫୁଟ ତଳକୁ ଶନିବାର ୨ଟା ବେଳେ ଡେଇଁ ଜଣେ ୫୫ ବର୍ଷୀୟ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି। ମୃତକ ହେଇଛନ୍ତି ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ଶିବନାରାୟଣପୁର ଗ୍ରାମର ବିଶ୍ୱନାଥ ନାଏକ। କିଭଳି ପରିସ୍ଥିତିରେ ସେ ପୋଲ ଉପରକୁ ଯାଇ ଏଭଳି ଚରମ ପଦକ୍ଷେପ ନେଲେ ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ ସେ ପୋଲ ଉପରୁ ନିଜେ ଡେଇଁ ଛନ୍ତି କି ଖସି ପଡ଼ିଛନ୍ତି ସ୍ପଷ୍ଟ ହୋଇ ନାହିଁ। ଘଟଣାସ୍ଥଳରେ ପାଟଣା ଥାନା ଏଏସଆଇ ଗୌରହରି ଗାର୍ଡିଆ ଓ ଧନେଶ୍ୱର ପାତ୍ର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ସୂଚନା ପାଇବା ପରେ ପାଟଣା ଥାନା ପୋଲିସ ଓ ପାଟଣା ଅଗ୍ନିଶମ ବାହିନୀର ସହାୟତାରେ ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking