23.1 C
Bhubaneswar
Sunday, February 8, 2026
Homeଓଡିଶାଆସନ୍ତାକାଲିଠୁ +୨ ନାମଲେଖା ଆବେଦନ

ଆସନ୍ତାକାଲିଠୁ +୨ ନାମଲେଖା ଆବେଦନ

ଭୁବନେଶ୍ବର: ଯୁକ୍ତ୨ ନାମଲେଖା ପାଇଁ ମେ’ ୨୪ (ଶନିବାର) ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଅନ୍‌ଲାଇନ୍‌ ମାଧ୍ୟମରେ ହେଉଥିବା ଏହି ଆବେଦନ ପ୍ରକ୍ରିୟା ଆସନ୍ତା ଜୁନ୍ ୩୦ ତାରିଖ ଯାଏଁ ଜାରି ରହିବ। ଛାତ୍ରଛାତ୍ରୀମାନେ ସାମ୍‌ସ ପୋର୍ଟାଲରେ ଆବେଦନ କରିପାରିବେ। ଏଥି ପାଇଁ ପିଲାମାନଙ୍କୁ www.samsodisha.gov.in କୁ ଯିବାକୁ ପଡ଼ିବ। ଜୁଲାଇ ୭ରେ ପ୍ରଥମ ମେରିଟ୍ ଲିଷ୍ଟ ବାହାରିବ। ଜୁଲାଇ ୮ରୁ ୧୪ ଯାଏଁ ଆଡମିସନ୍ ପ୍ରକ୍ରିୟା ଜାରି ରହିବ। ଜୁଲାଇ ୨୪ରୁ ଯୁକ୍ତ୨ ପ୍ରଥମ ବର୍ଷର ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ରାଜ୍ୟରେ ଥିବା ୧୬୦୦ରୁ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨ କଲେଜ) ସମେତ ସେଲ୍‌ଫ ଫାଇନାନ୍ସିଂ କଲେଜ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ଶିକ୍ଷା କଲେଜରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ମେ ୨୪ରୁ ୱେବ୍‌ସାଇଟରେ କମନ୍‌ ଆପ୍ଲିକେଶନ ଫର୍ମ (ସିଏଏଫ୍‌) ଉପଲବ୍ଧ ହେବ। ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ଆବେଦନ କରିପାରିବେ। ଛାତ୍ରୀଛାତ୍ରମାନେ କେବଳ ଅନ୍‌ଲାଇନରେ ଆବେଦନ କରିପାରିବେ। ଅଫ୍‌ଲାଇନରେ କୌଣସି ଫର୍ମ ଗ୍ରହଣ କରାଯିବ ନାହିଁ। ଫର୍ମପୂରଣ କରିବା ପୂର୍ବରୁ ଛାତ୍ରୀଛାତ୍ରମାନେ ସିଏଏଫ୍‌କୁ ଭଲ ଭାବେ ପଢ଼ିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking