18.1 C
Bhubaneswar
Friday, December 19, 2025
Homeଦେଶ ବିଦେଶପାକିସ୍ତାନକୁ କଡ଼ା ଜବାବ ଦେଲେ କେନ୍ଦ୍ର ସରକାର

ପାକିସ୍ତାନକୁ କଡ଼ା ଜବାବ ଦେଲେ କେନ୍ଦ୍ର ସରକାର

ଇସଲାମାବାଦ୍‌: ପାକିସ୍ତାନର ବଲୁଚିସ୍ତାନ ପ୍ରାନ୍ତରେ ବୁଧବାର ଏକ ସ୍କୁଲ ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଏବଂ ଏଥିରେ ୩ ପିଲାଙ୍କ ସହ ୫ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସେହିପରି ଏହି ଘଟଣାରେ ୩୫ରୁ ଅଧିକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଫଳରେ ଆଗାମୀ କିଛି ଘଣ୍ଟା ମଧ୍ୟରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। ରିପୋର୍ଟ ଅନୁସାରେ ବୁଧବାର ସକାଳେ ବଲୁଚସ୍ତାନର ଖୁଜଦାର ସହରରେ ଏକ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଆତ୍ମଘାତୀଜଣକ ଏକ ବିସ୍ଫୋରକ ବୋଝେଇ ଗାଡ଼ିକୁ ସିଧାସଳଖ ନେଇ ସ୍କୁଲ ବସ୍ ସହ ଧକ୍କା ଦେଇଥିଲା ବୋଲି ପାକିସ୍ତାନର ଜଣେ ପ୍ରଶାସନିକ ଅଧିକାରୀ କହିଛନ୍ତି। ତେବେ ଏହି ସନ୍ଦିଗ୍ଧ ଆତ୍ମଘାତୀ ଆତଙ୍କବାଦୀଜଣକ ପାକିସ୍ତାନ ଆର୍ମି ପବ୍ଲିକ୍ ସ୍କୁଲର ଛାତ୍ରମାନଙ୍କୁ ହିଁ କାହିଁକି ଟାର୍ଗେଟ୍ କରିଛି ସେନେଇ କୌଣସି ସ୍ପଷ୍ଟ କାରଣ ଜଣାପଡିନାହିଁ। ଅନ୍ୟପକ୍ଷେ ଏହି ଆକ୍ରମଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ କିମ୍ବା ବଲୁଚ ବିଦ୍ରୋହୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି। ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିବା ପାଇଁ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି। ତେବେ ଏପ୍ରକାର ଏକ କୁତ୍ସିତ ଘଟଣାକୁ ନେଇ ପାକିସ୍ତାନ, ଭାରତ ଉପରେ ଦୋଷ ଲଦିବା ଆରମ୍ଭ କରିଛି।

ପାକିସ୍ତାନ କହିଛି, ବଲୁଚିସ୍ତାନରେ ଘଟିଥିବା ଏହି ଘଟଣା ପଛରେ ଭାରତର ହାତ ରହିଛି। ପାକିସ୍ତାନର ଏପ୍ରକାର ଅଭିଯୋଗର କଡା ଜବାବ ଦେଇଛି ଭାରତ। ଭାରତୀୟ ବିଦେଶ ମନ୍ତୟଣାଳୟ ପକ୍ଷରୁ ପ୍ରତିକ୍ରିୟାରେ କୁହାଯାଇଛି। ପାକିସ୍ତାନ ଏପ୍ରକାର ଅଭିଯୋଗ କରିବା ସମ୍ପୂର୍ଣ୍ଣ ରୂପେ ଆଧାରହୀନ ଓ ଉଦ୍ଦେଶ୍ୟ ପ୍ରଣୋଦିତ। ଭାରତକୁ ମିଛରେ ବଦନାମ କରିବା ପାଇଁ ଏବଂ ସାମ୍ପ୍ରତିକ ପରିସ୍ଥିତିରୁ ଲୋକଲଜ୍ଜାରୁ ବଞ୍ôଚବା ପାଇଁ ଏପ୍ରକାର ନାଟକ କରୁଛି। ଇସଲାମାବାଦ ନିଜର ବିଫଳତାକୁ ଏବଂ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣାରେ ହେବାକୁ ଥିବା ବିଶ୍ୱବ୍ୟାପୀ ତଦନ୍ତକୁ ଅନ୍ୟତ୍ର ମୋଡ଼ିବାର ଏକ ନିରାଶାଜନକ ପ୍ରୟାସ କରୁଛି। ବିଶ୍ୱରେ ଆତଙ୍କବାଦର ମୂଳ କେନ୍ଦ୍ର ଭାବେ ନିଜର ଖ୍ୟାତିରୁ ଦୃଷ୍ଟି ଅନ୍ୟତ୍ର ମୋଡ଼ିବା ଏବଂ ନିଜର ଗୁରୁତର ବିଫଳତାକୁ ଲୁଚାଇବା ପାଇଁ, ପାକିସ୍ତାନ ନିଜର ସମସ୍ତ ଆଭ୍ୟନ୍ତରୀଣ ସମସ୍ୟା ପାଇଁ ଭାରତକୁ ଦାୟୀ କରିବା ଏକ ଅଭ୍ୟାସ କରିଦେଇଛି ବୋଲି ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୈଶୱାଲ୍ କହିଛନ୍ତି। ଜୈଶୱାଲ୍ କହିଛି, ଆତଙ୍କବାଦର କୌଣସି ଧର୍ମ, ଜାତି କିମ୍ବା ଚେହେରା ନଥାଏ। ସ୍କୁଲ ବସ୍ ଉପରେ ଏପ୍ରକାର ଆକ୍ରମଣକୁ ଭାରତ କଡା ଶବ୍ଦରେ ନିନ୍ଦା କରୁଛି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣର ଦାୟିତ୍ୱ ଗ୍ରହଣ କରିନଥିବା ବେଳେ ପାକିସ୍ତାନର ସେନା ତୁରନ୍ତ ଭାରତ ଆଡ଼କୁ ଅଙ୍ଗୁଳି ଉଠାଇବା ଏବଂ ଏକ ବିବୃତି ଜାରି କରି ନୂଆଦିଲ୍ଲୀ ଉପରେ ଏହି ଆକ୍ରମଣର ଯୋଜନା ଏବଂ ସଂଘଟନ କରିଥିବା ଅଭିଯୋଗ ଲଗାଇଛି। ଏହା ଅତ୍ୟନ୍ତ ନିନ୍ଦନୀୟ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking